ଖାଆନ୍ତୁ ପଣସ ଅଟାରୁ ପ୍ରସ୍ତୁତ ରୁଟି, ମଧୁମେହ ରୋଗୀଙ୍କୁ ମିଳିବ ବିଶେଷ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ଖାଆନ୍ତୁ ପଣସ ଅଟାରୁ ପ୍ରସ୍ତୁତ ରୁଟି, ମଧୁମେହ ରୋଗୀଙ୍କୁ ମିଳିବ ବିଶେଷ ଫାଇଦା

ନୂଆଦିଲ୍ଲୀ: ଭାରତକୁ ଡାଇବେଟିସର ରାଜଧାନୀ ଆଖ୍ୟା ମିଳିଥିବା ବେଳେ ଏବେ ଏଠାରୁ ପ୍ରସ୍ତୁତ ଏକ ଖାଦ୍ୟ ଡାଇବେଟିସ୍ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥିବା ପ୍ରମାଣିତ ହୋଇଛି। ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି।

ପଣସ ଆମ ଦେଶର ପ୍ରାୟ ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ। ଏହାକୁ କିଏ ପାଚିଲା ଖାଏ ତ କିଏ କଞ୍ଚା ଖାଇବାକୁ ଭଲ ପାଏ। କିନ୍ତୁ କେବେ ଆପଣ ପଣସରୁ ଅଟା ପ୍ରସ୍ତୁତ କରି ଖାଇବା କଥା ଭାବିଛନ୍ତି। କେବଳ ଏଥିରୁ ପ୍ରସ୍ତୁତ ଅଟାରୁ ରୁଟି ନୁହେଁ, ଏହାର ପାଉଡ଼ରରୁ ଇଡ଼ିଲି ଓ ଦୋସା ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ।  ଆଉ ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହେଉଥିବା  ଆମେରିକାରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି।

ଭାରତରେ ଜେମସ୍‌ ଜୋସେଫ ନାମକ ବ୍ୟକ୍ତି ପଣସରୁ ଅଟା ପ୍ରସ୍ତୁତ କରି ଏହାକୁ ‘Jackfruit365’  ନାମକରଣ କରିଛନ୍ତି।  ଏହି ଅଟାରେ ଥିବା ମଧୁମେହ ନିୟନ୍ତ୍ରଣ ଗୁଣବତ୍ତାକୁ  American Diabetes Organisation (ADA) ସ୍ୱୀକୃତି ଦେଇଛି।

ଭାରତୀୟ ପଣସର ଅଟା ଶରୀରରେ ବ୍ଲଡ୍ ସୁଗର୍ ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବହୁ ଉପାଦେୟ ବୋଲି ଆମେରିକାରେ ପ୍ରମାଣିତ ହୋଇସାରିଛି । କଞ୍ଚା ପଣସକୁ ଶୁଖାଇ ଏହାକୁ ଗୁଣ୍ଡ କରି ଅଟା ପ୍ରସ୍ତୁତ କରାଯାଏ । ଏହା ମିଠା ଲାଗେ ନି କି ପାଚିଲା ପଣସ ଭଳି ଏହାର ବାସ୍ନା ବି ହୁଏ ନାହିଁ ।

ଏଥିରୁ ଦୈନିକ ରୁଟି, ଇଡଲି ବା ଦୋସା ତିଆରି କରି ଖାଇବା ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଭଲ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି। ଟାଇପ୍-ଟୁ ଡାଇବେଟିସ୍ ଥିବା ବ୍ୟକ୍ତିଙ୍କଠାରେ କ୍ଲିନିକାଲ୍ ଟ୍ରାଏଲ୍‌ରୁ ଏହା ପ୍ରମାଣିତ ହୋଇଥିବା ଆମେରିକାନ୍ ଡାଇବେଟିସ୍ ଅର୍ଗାନାଇଜେସନ୍ ପକ୍ଷରୁ ଏହାର ଜର୍ନାଲରେ ଉଲ୍ଲେଖ କରାଯାଇଛି। ଏଥିନିମନ୍ତେ ହୋଇଥିବା ଗବେଷଣାରେ ଟାଇପ-୨ ଡାଇବେଟିସରେ ପୀଡ଼ିତ ୧୬ ମହିଳାଙ୍କ ସମେତ ୪୦ ଜଣ ସାମିଲ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ୩୦ ଗ୍ରାମ୍ ସାଧାରଣ ଅଟାରୁ ପ୍ରସ୍ତୁତ ରୁଟି ଦିଆଯାଇଥିଲା। ଅବଶିଷ୍ଟ ୨୦ ଜଣଙ୍କୁ ସମାନ ପରିମାଣର ପଣସ ଅଟାରୁ ପ୍ରସ୍ତୁତ ରୁଟି ପ୍ରତିଦିନ ଖାଇବାକୁ ଦିଆଯାଇଥିଲା । ଅନ୍ୟ ଖାଦ୍ୟ ସହ ସେମାନେ ଏହାକୁ ୩ ମାସ ପର୍ଯ୍ୟନ୍ତ ଖାଇଥିଲେ।

ଏହାପରେ ପଣସ ଅଟା ଖାଇଥିବା ବ୍ୟକ୍ତିଙ୍କଠାରେ HbA1c ମାତ୍ରା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା, ଯାହାକି ଟାଇପ୍-ଟୁ ଡାଇବେଟିସ୍ ଥିବା ଲୋକଙ୍କ ପାଇଁ ଏକ ଭଲ ଲକ୍ଷଣ।  ଏଥିସହ ରକ୍ତରେ ଶର୍କରା  ସ୍ତରରେ ବି ସୁଧାର ପରିଲକ୍ଷିତ ହୋଇଥିଲା  ।

ପଣସ ଅଟାରୁ ପ୍ରସ୍ତୁତ ଖାଦ୍ୟ ଖାଉଥିବା ମଧୁମେହ ରୋଗୀଙ୍କ ଗ୍ଲୁକୋଜ ସ୍ତର ନିୟନ୍ତ୍ରଣରେ ରହୁଥିବା Indian Council of Medical Research (ICMR) ପକ୍ଷରୁ ମଧ୍ୟ କୁହାଯାଇଛି। ୨୦୧୬ରେ ସିଡନୀ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଏହା ପ୍ରମାଣିତ ହୋଇସାରିଛି। ମଧୁମେହ ରୋଗୀ ନିଜ ଆବଶ୍ୟକତା ଅନୁଯାୟୀ ଏହି ଅଟାରୁ ପ୍ରସ୍ତୁତ ଖାଦ୍ୟ ଖାଇପାରିବେ ବୋଲି ସିଡନୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଧ୍ୟ କୁହାଯାଇଥିଲା। ଏପରିକି ଆପଣଙ୍କ ଦୈନଦିନ ମେନୁରେ ଅଧିକ କାର୍ବୋହାଇଡ୍ରେଡଯୁକ୍ତ ଖାଦ୍ୟ ବଦଳରେ  ଏହାକୁ ସାମିଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ଭିନୁ ନାୟର ନାମକ ୫୧ ବର୍ଷୀୟ ମଧୁମେହ ରୋଗୀ ୨୦୧୮ ମସିହାରୁ ନିଜ ଡାଏଟରେ ପଣସରୁ ପ୍ରସ୍ତୁତ ଅଟା ସାମିଲ କରିଥିବା କହିଛନ୍ତି।  ଏହାଦ୍ୱାରା କେବଳ ଯେ, ତାଙ୍କ ସୁଗାର ଲେଭଲ ନିୟନ୍ତ୍ରଣରେ ରହିଲା ତାହା ନୁହେଁ, ଏହା ଶରୀରରେ କାର୍ବୋ ଓ କୋଲେଷ୍ଟରଲ ସ୍ତର ମଧ୍ୟ ନିୟନ୍ତ୍ରଣକୁ ଆଣିଲା। ଏହାବ୍ୟତୀତ ସେ ମାସକୁ ୬୦ରୁ ୭୦ କିମି ଦୌଡ଼ିବା ସହ ସପ୍ତାହକୁ ୨ରୁ ୩ ଥର ଏକ୍ସରସାଇଜ କରୁଥିବା ମଧ୍ୟ ଏକ ସାକ୍ଷାରତକାରରେ କହିଛନ୍ତି।

ଭିନୁ କହିଛନ୍ତି, ଡାଇବେଟିସ ମେଡିସିନ ଖାଇବା ସହ ମୁଁ ଖାଦ୍ୟରେ ପଣସ ଅଟାକୁ ସାମିଲ କରିଥିଲି। ଖୁବ୍‌ କମ୍‌ ଦିନରେ ଅନୁଭବ କରିପାରିଲି , ଦିନକୁ ୨ଟି ଟାବଲେଟ ଓ ପଣସ ଅଟା ଯୋଗୁ ମୋ ସୁଗାର ଲେଭଲ ନିୟନ୍ତ୍ରଣକୁ ଆସିବାକୁ ଲାଗିଲା। ୩ ମାସ ଏପରି ଡାଏଟ ଫଲୋ କରିବା ପରେ ମୋର HbA1c ଓ ମେଡିସିନ ଖାଇବା କମି ଯାଇଥିଲା। ଏହା ପର ମାସଠୁ ମୁଁ ମେଡିସିନ ଖାଇବା ବନ୍ଦ କରି ଦେଇଛି। କିନ୍ତୁ ପଣସ ଅଟାରୁ ପ୍ରସ୍ତୁତ ଖାଦ୍ୟକୁ ନିଜ ଡାଏଟରେ ସାମିଲ କରି ଦେଇଛି।

The post ଖାଆନ୍ତୁ ପଣସ ଅଟାରୁ ପ୍ରସ୍ତୁତ ରୁଟି, ମଧୁମେହ ରୋଗୀଙ୍କୁ ମିଳିବ ବିଶେଷ ଫାଇଦା appeared first on Odisha Reporter.



from Odisha Reporter https://ift.tt/3gYMEkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages