ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିବାହ ଭୋଜିରେ ଯୋଗ ଦେବାକୁ ଯାଇ ୨ ଦିନ ହେଲା ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲ୍ଲୀ ଗାଁର ଏକ ପରିତ୍ୟକ୍ତ କୂଅରୁ ମିଳିଛି। ମୃତ ଯୁବକ ଜଣକ ହେଲେ ନିରାକାରପୁରର ବିକାଶ ସାହୁ।
ମିଳିଥିବା ସୂଚନା ଆନୁସାରେ, ବିକାଶ ଗତ ୯ତାରିଖ ରାତିରେ ରମ୍ଭାବିଲ୍ଲୀ ଗାଁକୁ ଏକ ବିବାହକୁ ଯୋଗ ଦେବାକୁ ଆସି ଆଉ ଘରକୁ ଫେରି ନଥିଲେ। ତେବେ ଆଜି ସ୍ଥାନୀୟ ଲୋକେ ଏକ ପରିତ୍ୟକ୍ତ କୂଅରେ ମୃତଦେହ ଭାସୁଥିବା ଦେଖୁ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।
ବିକାଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜଙ୍କିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
The post ବିବାହ ଭୋଜିକୁ ଯାଇଥିବା ଯୁବକଙ୍କ ମୃତଦେହ କୂଅରୁ ମିଳିଲା appeared first on Odisha Reporter.
from Odisha Reporter https://ift.tt/33XeQzd
No comments:
Post a Comment