କାଳ ହେଲା ଜେନେରେଟର, ଅଣନିଶ୍ୱାସୀ ହୋଇ ଆଖି ବୁଜିଲେ ୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

କାଳ ହେଲା ଜେନେରେଟର, ଅଣନିଶ୍ୱାସୀ ହୋଇ ଆଖି ବୁଜିଲେ ୨

କେନ୍ଦୁଝର(ପ୍ରଣୟ ପାଣି) : ଜେନେରେଟର ସାଜିଲା କାଳ।  ଏକ ବାହାଘର ଭୋଜିକୁ ଯାଇ ଜେନେରେଟର ଚାଲିଥିବା ରୁମ୍‌ରେ ଶୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଅନ୍ୟ  ୨ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ଗାଁରେ ଘଟିଛି।

ମୃତକଦ୍ୱୟ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦)।  ଗୁରୁତର  ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, କାଠବାରୀ ଗାଁରେ ଗତକାଲି ରାତିରେ ଏକ ବିବାହ ଭୋଜି ଆୟୋଜିତ ହେଉଥିଲା। ମାତ୍ର ଭୋଜି ସମୟରେ ଲାଇନ୍‌ ପଳାଇବାରୁ ବାଦଲ, ଆକାଶ, ଶମ୍ଭୁନାଥ ଓ ଆକାଶୀ ଜେନେରେଟର ଲାଗିଥିବା ରୁମ୍‌ରେ ଶୋଇ ପଡ଼ିଥିଲେ। କିଛି ସମୟ ପରେ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚି ସମସ୍ତେ ଅଚେତ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ।

ଏହାପରେ ତୁରନ୍ତ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ବାଦଲ ଓ ବାଇଧରଙ୍କୁ ମୃତ ଘୋଷଣା କରିଥିଲେ।ଜେନେରେଟର ଚାଲୁଥିବା ରୁମ୍‌ର କବାଟ, ଝରକା ବନ୍ଦ ଥିବା ଯୋଗୁ  ଧୂଆଁରେ  ଅଣନିଶ୍ୱାସୀ ହୋଇ ୨ ଜଣ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗାଁରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

The post କାଳ ହେଲା ଜେନେରେଟର, ଅଣନିଶ୍ୱାସୀ ହୋଇ ଆଖି ବୁଜିଲେ ୨ appeared first on Odisha Reporter.



from Odisha Reporter https://ift.tt/375n36g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages