ଅବଢାକୁ ଅବମାନନା; ‘ଓଡିଆ ଅବଢା’ ନାଁରେ ଚାଲିଛି ରେଷ୍ଟୁରାଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଅବଢାକୁ ଅବମାନନା; ‘ଓଡିଆ ଅବଢା’ ନାଁରେ ଚାଲିଛି ରେଷ୍ଟୁରାଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କୁହାଯାଏ ଭାଗ୍ୟରେ ଥିଲେ କାଳିଆ ସାଆନ୍ତଙ୍କ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ମିଳିଥାଏ।  ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ମହାପ୍ରସାଦକୁ ତଳେ ବସି ଖାଇବାର ପ୍ରଥା କାହିଁ କେଉଁ କାଳରୁ ଚଳି ଆସିଛି।

କିନ୍ତୁ ଏବେ ଏହାର ବ୍ୟବସାୟୀକରଣ  କରାଯିବା ସହ କୋଟି କୋଟି ଓଡ଼ିଆଙ୍କ ଭାବନା ସହ ଖେଳ ଖେଳାଯାଉଥିବା ଅଭିଯୋଗ ହେଉଛି। ମହାପ୍ରସାଦ ନ ହୋଇ ମଧ୍ୟ ଲୋକଙ୍କ ମନରେ ମହାପ୍ରସାଦର ଭ୍ରମ ସୃଷ୍ଟି ନିମନ୍ତେ କୁଡୁଆରୁ ପରସା ଯାଉଛି ଭାତ, ଡାଳି, ବେସର । ତାହା ପୁଣି କଦଳୀ ପତ୍ରରେ। ଏହାକୁ ଲୋକେ ଚେୟାର, ଟେବୁଲରେ ବସି ଖାଉଛନ୍ତି।

ସୋଶାଲ ମିଡିଆରେ ଘୁରିବୁଲୁଥିବା ଏପରି ଦୃଶ୍ୟ  ସମ୍ବଲପୁରର ବୋଲି ଜଣାପଡ଼ିଛି।  ସମ୍ବଲପୁରରେ ‘ଓଡିଆ ଅଭଡା’  ନାମକ ଏକ ରେଷ୍ଟୁରାଣ୍ଟ ଥିବା ବେଳେ ସେଠାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ମହାପ୍ରସାଦ ଅଭଡା ପ୍ରତି ଏହା ଘୋର ଅପମାନ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।  । ବେଆଇନ ଭାବେ ଏଭଳି କରାଯିବା ଦ୍ୱାରା ଜଗନ୍ନାଥ ପ୍ରେମୀ ଭକ୍ତ ମନର  ଭାବକୁ  କ୍ଷୁର୍ଣ୍ଣ କରାଯାଇଛି। ଏଭଳି ରେଷ୍ଟୁରାଣ୍ଟ ଓଡିଶାର ସମ୍ବଲପୁରରେ ହୋଇଛି ବୋଲି ବୋର୍ଡରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗୁରୁତର ସହ ନେଇଛନ୍ତି । ଉନ୍ନୟନ ପ୍ରଶାସକ ଏଭଳି ଦୃଶ୍ୟ ଦେଖି ତୁରନ୍ତ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏହା ସମ୍ପର୍କରେ ଅବଗତ କରାଯିବ,  ଅଭଡା ପ୍ରତି ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି  କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଭୁଙ୍କ ମହାପ୍ରସାଦ, ନିର୍ମାଲ୍ୟ ପ୍ରତି ଭକ୍ତଙ୍କର ଯଥେଷ୍ଟ ସମ୍ମାନ ରହିଥିବା ବେଳେ ଏହାକୁ ନେଇ କିନ୍ତୁ ଆରମ୍ଭ ହୋଇଛି ବ୍ୟବସାୟୀକରଣ।   କେତେବେଳେ ଅନଲାଇନରେ ନିର୍ମାଲ୍ୟ ତ କେତେବେଳେ ମହାପ୍ରସାଦ ବିକ୍ରି କରି କାଳିଆ ଠାକୁରଙ୍କ ପ୍ରତି ଅପମାନ କରାଯାଉଛି । ଆଉ ଏବେ ମହାପ୍ରସା ‘ଅଭଡା’ ନାଁର ବ୍ୟବହାର କରାଯାଇ ବ୍ୟବସାୟ କରାଯିବା ସହ କୋଟି କୋଟଇ ଓଡ଼ିଆଙ୍କ ଭାବନା ସହ ଖେଳ ଖେଳାଯାଉଛି।

The post ଅବଢାକୁ ଅବମାନନା; ‘ଓଡିଆ ଅବଢା’ ନାଁରେ ଚାଲିଛି ରେଷ୍ଟୁରାଣ୍ଟ appeared first on Odisha Reporter.



from Odisha Reporter https://ift.tt/38xmamD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages