ମୁମ୍ୱାଇ: ମୁମ୍ୱାଇ ପୁଲିସ ଏବଂ ରିପବ୍ଲିକ ଟିଭି ମଧ୍ୟରେ ବିବାଦ ଜାରି ରହିଛି। ରବିବାର ମୁମ୍ୱାଇ ପୁଲିସ ରିପବ୍ଲିକ ମିଡିଆ ନେଟଓ୍ୱର୍କର ସିଇଓ ବିକାଶ ଖାନଚନ୍ଦୀଙ୍କୁ ଗିରଫ କରିଛି। ଖାନଚନ୍ଦୀଙ୍କୁ ପୁଲିସ ତାଙ୍କୁ ସକାଳେ ଗିରଫ କରିଛି। ଗିରଫର କାରଣ ପୁଲିସ କିଛି ସ୍ପଷ୍ଟ କରି ନାହଁ। ଗିରଫଦାରୀକୁ ରିପବ୍ଲିକ ଟିଭିର ସମ୍ପାଦକ ତଥା ମ୍ୟାନେଜିଂ ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ବେଆଇନ୍ ବୋଲି କହିଛନ୍ତି।
ଗିରଫ ପୂର୍ବରୁ ପୁଲିସ ଧମକ ଚମକ ଦେଉଥିଲା ବୋଲି ସୃପୃକ୍ତ ମିଡିଆ ହାଉସ କହିଛି। ପୁଲିସ ଗିରଫ କରିବା ବେଳେ କୌଣସି କାଗଜପତ୍ର ଦେଖାଇ ନଥିଲା ବୋଲି ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି। ସିଇଓଙ୍କ ଜାମିନ୍ ପାଇଁ ରିପବ୍ଲିକ୍ ଟିଭି ହଲିଡେ ବେଞ୍ଚର ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି।
ସୋମବାର ଟିଆରପି ମାମଲାରେ ଜାମିନ୍ ନେଇ ଶୁଣାଣି ରହିଛି। ଏହା ପୂର୍ବରୁ ପୁଲିସର ଏଭଳି କାର୍ଯାନୁଷ୍ଠାନ ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ିଛି ବୋଲି ରିପବ୍ଲିକ୍ ଟିଭି କହିଛି। ଟିଆରପି ମାମଲାରେ ରିବବ୍ଲିକ୍ ଟିଭି ସମସ୍ତ ପ୍ରକାର ସହଯୋଗ କରୁଛି। ସହଯୋଗ କରୁନଥିବାର ଅଭିଯୋଗ ନାହିଁ ବୋଲି ମଧ୍ୟ ରିପବ୍ଲିକ ଟିଭି କହିଛି।
ପୁଲିସର ଗିରଫଦାରୀକୁ ନିନ୍ଦା କରିଛନ୍ତି ଆଡଭୋକେଟ୍ ଦୀପକ ଆନନ୍ଦ। ବେଆଇନ୍ ଭାବରେ ପୁଲିସର ଗିରଫଦାରୀକୁ ରୋକିବା ପାଇଁ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଦରକାର ବୋଲି ସେ କହିଛନ୍ତି।
ସେହିପରି ଆଡଭୋକେଟ ଅଶ୍ୱୀନ ଦୁବେ କହିଛନ୍ତି, ଯେଉଁ ମାମଲାରେ ରିମାଣ୍ଡ ମିଳେ ପୁଲିସ ସେମାନଙ୍କୁ ଗିରଫ କରେ। ଏମିତି ମାମଲାରେ ପୁଲିସ କଷ୍ଚଡି ମିଳେନି।
ସୂଚନାଯୋଗ୍ୟ, ନିକଟରେ ପୁଲିସ ରିପବ୍ଲିକ ଟିଭିର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ ଟିଆରପି ମାମଲାରେ ଗିରଫ କରିଥିଲା। ନିକଟରେ ସେ ଜାମିନରେ ଆସିଛନ୍ତି। ସେହିପରି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଏକ ଆତ୍ମହତ୍ୟା ମାମଲାରୁ ପୁଲିସ ଗିରଫ କରିଥିଲା। ଏହାପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାର ଓ ମୁମ୍ୱାଇ ପୁଲିସକୁ ବେଆଇନ୍ ଗିରଫଦାରୀ ନକରିବା ପାଇଁ ଚେତାବନୀ ଦେଇଥିଲେ।
The post ଟିଆରପି ମାମଲା, ରିପବ୍ଲିକ ଟିଭିର ସିଇଓ ଗିରଫ୍ appeared first on Odisha Reporter.
from Odisha Reporter https://ift.tt/37Te2fS
No comments:
Post a Comment