ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନ ତେଜିଛି। ସରକାର ଆଦାନୀ ଏବଂ ଅମ୍ୱାନୀ ଭଳି କମ୍ପାନୀର ସ୍ୱାର୍ଥକୁ ନଜରରେ ରଖି ଏହି ନିୟମ କରିଛନ୍ତି। ଆନ୍ଦୋଳନରେ ବସିଥିବା ଚାଷୀ ଏବଂ ବିରୋଧୀ ଏଭଳି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆନ୍ଦୋଳନକାରୀ ଚାଷୀ ଅଭିଯୋଗ କରିଛନ୍ତି ଯେ ଆଦାନୀ ଗ୍ରୁପ୍ ଶୀତଳ ଭଣ୍ଡାର ଓ ଷ୍ଟୋରେଜ୍ ରୁମ୍ ନିର୍ମାଣ କରୁଛି। ଯେଉଁଠାରେ ଖାଦ୍ୟ ଶସ୍ୟ ଗଚ୍ଛିତ ହେବ ଏବଂ ପରେ ଅଧିକ ମୂଲ୍ୟରେ ବିକ୍ରି କରିପାରିବ କମ୍ପାନୀ। ତେବେ ଏହି ଅଭିଯୋଗକୁ ଆଦାନୀ ଗ୍ରୁପ ଖଣ୍ଡନ କରିଛି। ଆଦାନୀ ଗ୍ରୁପ୍ କହିଛି ଯେ ସେ ଚାଷୀଙ୍କ ପାଖରୁ ଶସ୍ୟ କିଣେ ନାହିଁ କିମ୍ବା ଚାଷୀଙ୍କ ଠାରୁ ଖାଦ୍ୟ ଶସ୍ୟର ମୂଲ୍ୟ ସ୍ଥିର କରେ ନାହିଁ।
କିନ୍ତୁ କମ୍ପାନୀର ସ୍ପଷ୍ଟୀକରଣ ଏବଂ ବାସ୍ତବଚିତ୍ର ଅଲଗା ରହିଛି। କୃଷି କ୍ଷେତ୍ରରେ ଆଦାନୀ ଆଗ୍ରୋ ଲଜିଷ୍ଟିକ୍ସ ଏହାରି ଭିତରେ ବୃଦ୍ଧି ହୋଇଛି। ମୁଖ୍ୟତଃ ମୋଦି ସରକାର ଆସିବା ପରେ ଆଦାନୀ ଆଗ୍ରୋ କମ୍ପାନୀ ବୃଦ୍ଧି ପାଇଛି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟର ତଥ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୧ଟି କମ୍ପାନୀ ଆଦାନୀ ଏହି କ୍ଷେତ୍ରରେ ଖୋଲିଛି। ଏହି ସମସ୍ତ କମ୍ପାନୀ ଆଦାନୀ ଆଗ୍ରୋ ଲଜିଷ୍ଟିକ୍ ନେଟୱାର୍କ ଅଧୀନରେ ରହିଛି। ଆଦାନୀ ଆଗ୍ରୋ ଲଜିଷ୍ଟିକ୍ ଲିମିଟେଡର ଏହି ସମସ୍ତ କମ୍ପାନୀ ଗୁଜୁରାଟରେ ୨୦୧୪ ରୁ ୨୦୧୮ ମଧ୍ୟରେ ପଞ୍ଜୀକୃତ ହୋଇଛି।
ଆଦାନୀ ଆଗ୍ରୋ ଲଜିଷ୍ଟିକ୍ ଲିମିଟେଡ ବିଭିନ୍ନ ସହରରେ ରହିଛି। ୱେବସାଇଟରେ ତଥ୍ୟ ଅନୁଯାୟୀ, ମେ ୨୦୧୪ର ଶେଷ ସପ୍ତାହରେ ୫ଟି କମ୍ପାନୀର ନାମ ଅନୁମତି ପାଇଛି। ଆଉ ସେହି ସପ୍ତାହରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏଥି ସହିତ କଂଗ୍ରେସ କାର୍ଯ୍ୟକାଳ ମଧ୍ୟରେ ଆଦାନୀ ଆଗ୍ରୋ ଲଜିଷ୍ଟିକ୍ସର ଦୁଇଟି କମ୍ପାନୀ ପଞ୍ଜୀକୃତ ହୋଇଥିଲା।
The post କେତୋଟି ଆଗ୍ରୋ କମ୍ପାନୀ ଖୋଲିଛି ଆଦାନୀ? appeared first on Odisha Reporter.
from Odisha Reporter https://ift.tt/3gPbraY
No comments:
Post a Comment