ଚଣ୍ଡିଗଡ଼: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସର ନେବାରେ ଅସୁବିଧା ହେବାରୁ ସେ ଚଣ୍ଡିଗଡ଼ ସ୍ଥିତ ପିଜେଆଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ହରସିମତ କରୋନା ଟେଷ୍ଟ କରାଇଥିଲେ, ରିପୋର୍ଟ ନେଗେଟିଭ୍ ରହିଥିଲା।
ଏବେ ଏକ ଡାକ୍ତରୀ ଟିମ୍ ହରସିମତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଟିମରେ ନିୟୋଜିତ ଥିବା ସୂଚନା ରହିଛି। ଅସୁସ୍ଥ ହେବା ପୂର୍ବରୁ ହରସିମତ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କ ଚାଷୀ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିଲେ। ଚାଷୀଙ୍କ ଦାବି ସରକାର କାହିଁକି ମାନୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।
ସେହିପରି ଚାଷୀ ଆନ୍ଦୋଳନ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ହରସିମତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିଲା। ହରସିମତଙ୍କୁ ଅଶିକ୍ଷିତ କହି କ୍ୟାପଟେନ୍ ଟାର୍ଗେଟ୍ କରିଥିଲେ। ଏହାପରେ ହରସିମତ ମଧ୍ୟ ପାଲଟା ଜବାବ ଦେଇଥିଲେ ଅମରିନ୍ଦରଙ୍କୁ। ସେ କହିଥିଲେ ଶିକ୍ଷିତ ହୋଇ ମଧ୍ୟ ଅମରିନ୍ଦର ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣର ପାର୍ଥକ୍ୟ ଜାଣି ପାରିନଥିଲେ।
The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମତ୍ ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/2JT6wJG
No comments:
Post a Comment