ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କ୍ୟାମ୍ପ ଠାବ କରିଛି ସିଆରପିଏଫ୍। ଗୁଇନ୍ଦା ଆଧାରରେ ସୂଚନା ପାଇ ସିଆରପିଏଫ୍ ବାରମୁଲା ପୁଲିସ ସହିତ ମିଶି ଖୋଳତାଡ କରୁଥିବା ବେଳେ ଆତଙ୍କୀ କ୍ୟାମ୍ପ ବାବଦରେ ଜାଣିବାକୁ ପାଇଛି। ବାରମୁଲା ସ୍ଥିତ ଶିରପୋରା ଏବଂ ନରିବଳରେ ଏହି ଆତଙ୍କବାଦୀ କ୍ୟାମ୍ପ ଥିଲା ବୋଲି ଜଣାପଡ଼ିଛି।
On the basis of information about a hideout of terrorists between Shirpora & Naribal, Baramulla police along with CRPF launched cordon & search operation & one hideout was busted. 2 UBGL grenades, one Chinese grenade, medicines & incriminating documents were recovered: J&K Police pic.twitter.com/MwNsY8jlrO
— ANI (@ANI) December 5, 2020
ସିଆରପିଏଫ୍ ତରଫରୁ ଏ ନେଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ସୂଚନା ରହିଛି। ସିଆରପିଏଫ୍ ଦୁଇଟି ଗ୍ରେନେଡ ବନ୍ଧୁକ, ଗୋଟିଏ ଚାଇନିଜ ଗ୍ରେନେଡ୍, ଔଷଧ ଏବଂ କିଛି ଡକ୍ୟୁମେଣ୍ଟ ଉଦ୍ଧାର କରିଥିବା ଜମ୍ମୁ କଶ୍ମୀର ପୁଲିସ।
ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଚାଲିଛି। ତିନୋଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ମତଦାନ ହେଉଛି। ଦୀର୍ଘ ୭୦ ବର୍ଷ ହେବ ପାକିସ୍ତାନରୁ ଆସି ଭାରତରେ ଶରଣାର୍ଥୀ ଭାବରେ ରହୁଥିବା ନାଗରିକ ମଧ୍ୟ ଏହି ନିର୍ବାଚନରେ ଭୋଟ୍ ଦେଇଛନ୍ତି। ପ୍ରଥମଥର ପାଇଁ ଭୋଟ୍ ଦେଉଥିବାରୁ ଖୁସି ଜାହିର କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତି।
ନିର୍ବାଚନକୁ ରୋକିବା ପାଇଁ ଆତଙ୍କବାଦୀ ମାନେ ପ୍ରୟାସ କରୁଥିବା ସୂଚନା ରହିଛି। ତେଣୁ ମତଦାନ ଅଞ୍ଚଳରେ ଏବଂ ଭୋଟିଂ ବେଳେ ପୁଲିସ କଡ଼ା ସୁରକ୍ଷା ଅବଲମ୍ୱନ କରୁଛି।
The post ଆତଙ୍କବାଦୀ କ୍ୟାମ୍ପ ଠାବ କଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/36LUE4Z
No comments:
Post a Comment