ଶୀତ ଦିନେ ରୋଗରୁ ରକ୍ଷା କରିବ ଅଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ଶୀତ ଦିନେ ରୋଗରୁ ରକ୍ଷା କରିବ ଅଦା

ପ୍ରତ୍ୟେକଟି ମଣିଷ ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟ ଆପଣାଇଥା’ନ୍ତି । କିଏ ଗରମ ପାଣି ପିଅନ୍ତି ତ ଆଉ କିଏ ନାଲି ଚାହା। ସେହିପରି ଅନେକ ଲୋକ ମେଡିସିନର ମଧ୍ୟ ସହାୟତା ନେଇଥାନ୍ତି । କିନ୍ତୁ ଶୀତ ଦିନେ ବିନା ଔଷଧରେ ବି ନିଜକୁ ରୋଗରୁ ରକ୍ଷା କରିପାରିବେ। ଶୀତ ଦିନେ ପ୍ରତିଦିନ ଅଦାକୁ ବ୍ୟବହାର କଲେ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଅଦାକୁ କିଭଳି ବ୍ୟବହାର କରିବେ।

  • ଶରୀରକୁ ଗରମ ରଖିବା ପାଇଁ ଘରେ ଘରେ କାଢ଼ା ତିଆରି ହୋଇଥାଏ। ଏହି କାଢ଼ାରେ ଅଦା ପକାଇ ସେବନ କରିବା  ଦ୍ୱାରା କାଢ଼ାର ସ୍ୱାଦ  ଦ୍ୱିଗୁଣିତ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।
  • ସାଧାରଣତଃ ବ୍ୟାୟମ କଲା ବେଳେ ମାଂସପେଶୀ ଟାଣି ହୋଇଯାଏ ଏବଂ ଅସହ୍ୟ ଯନ୍ତ୍ରଣା ହୁଏ। ଯଦି ନିୟମିତ ରୂପେ ଆପଣ ଅଦାରେ ତିଆରି କାଢ଼ା ପିଅନ୍ତି ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଥକାପଣ ମଧ୍ୟ ଦୂର ହୋଇଥାଏ। ଏଥିସହ ଅଦାରେ ତିଆରି କାଢ଼ା ଆମ ଶରୀରକୁ ସଂକ୍ରମଣରୁ ମଧ୍ୟ ରୋକିଥାଏ।
  • ଗର୍ଭବତୀ ମହିଳାଙ୍କ ପାଇଁ ଅଦା ଯାଦୁ ଭଳି କାମ କରେ। ସକାଳ ସମୟରେ ଗର୍ଭବତୀ ମହିଳା ଯଦି ବାନ୍ତି ଅନୁଭବ କରନ୍ତି ତେବେ ତାକୁ ଠିକ୍‌ କରିବା ପାଇଁ ଅଦାରେ ତିଆରି କାଢ଼ା ବେଶ ସହାୟକ ହୋଇଥାଏ।  ଅଦାରେ ଥିବା ରାସାୟନ ମସ୍ତିଷ୍କ ଏବଂ ନର୍ଭ ସିଷ୍ଟମ ଉପରେ ପ୍ରଭାବ ପକାଇ ବାନ୍ତିକୁ କମ କରିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ଅଦାରେ ଥିବା ଆଣ୍ଟି-ଆଲର୍ଜି ଗୁଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ କମ କରିଥାଏ। ଏଥିସହ ଗୋଡ ହାତ ଫୁଲିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ ଅଦା। ଯଦି ପ୍ରତିଦିନ ଅଦାରେ ତିଆରି ଗୋଟେ କପ୍‌ କାଢ଼ା ପିଅନ୍ତି ତେବେ ଆପଣଙ୍କୁ ଅନେକ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।
  • ପୁରାତନ କାଳରେ ଅଦାକୁ ହଜମ ଶକ୍ତି ବଢ଼ାଇବା ପାଇଁ ବ୍ୟବହାର କରାଯାଉଥିଲା।  ଏହା ପେଟର ଗ୍ୟାସ ସମସ୍ୟାକୁ  ଦୂର କରିବା ସହ ପେଟ ଫୁଲିବା ବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଅଦା ଫୁଡ ପଏଜନିଂ ଭଳି ଲକ୍ଷଣକୁ ମଧ୍ୟ ଦୂର କରିଥାଏ।
  • ଅଦା ଆମ ରେସ୍ପିରେଟରୀ ସିଷ୍ଟମକୁ ଠିକ୍‌ ରଖିଥାଏ। ଅଦାରେ ତିଆରି କାଢ଼ା ପିଇବା ଦ୍ୱାରା ଆସ୍ଥମା ଏବଂ ରେସ୍ପିରେଟରୀ ସିଷ୍ଟମ ସହ ଜଡିତ ଅନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ  ପିଇବା ଦ୍ୱାରା ଏଞ୍ଜାଇମ ସକ୍ରିୟ ହୁଏ।

The post ଶୀତ ଦିନେ ରୋଗରୁ ରକ୍ଷା କରିବ ଅଦା appeared first on Odisha Reporter.



from Odisha Reporter https://ift.tt/3pjcN0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages