ଝାରସୁଗୁଡ଼ (ଭାଗୀରଥି ସାହୁ): ହାତ ଗୋଡ଼ ବାନ୍ଧି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ନୃଶଂସ ହତ୍ୟାକାଣ୍ଡ ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି। ତେବେ ଏହି ହତ୍ୟାକାଣ୍ଡ କିଏ ଓ କେଉଁ ପରିସ୍ଥିତିରେ ଘଟାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଜି ସକାଳେ ଲଖନପୁର ଥାନା ଗ୍ରୀଣ୍ଡୋଲା ନିକଟସ୍ଥ ଝାରସୁଗୁଡ଼ା-ସୁନ୍ଦରଗଡ଼ ରାସ୍ତା ମଝିରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ ହାତ ଗୋଡ଼ ବନ୍ଧା ଯାଇଥିବା ବେଳେ ମୁଣ୍ଡ ଉପରେ କୌଣସି ଗାଡ଼ିର ଚକା ତଳେ ଚପାଇ ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଏହା ଏକ ସୁନିୟୋଜିତ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି ପୁଲିସ। ହତ୍ୟାକାଣ୍ଡ ସନ୍ଦେହ କରି ଲଖନପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ବ୍ରଜରାଜନଗର SDPO, ଲଖନପୁର ଇନ୍ସପେକ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ହାତ ଗୋଡ଼ ବାନ୍ଧି ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢ଼ାଇଦେଲେ! appeared first on Odisha Reporter.
from Odisha Reporter https://ift.tt/34o6SiS
No comments:
Post a Comment