ମୟଙ୍କ ବି ନିରାଶ କଲେ, ୨୫ ଓଭରରେ ୪୧ ରନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

ମୟଙ୍କ ବି ନିରାଶ କଲେ, ୨୫ ଓଭରରେ ୪୧ ରନ୍‌

ଆଡିଲେଡ୍‌: ପୃଥ୍ୱୀ ଶ’ଙ୍କ ପରେ ନିରାଶ କଲେ ମୟଙ୍ଗ ଅଗ୍ରୱାଲ। ଶ’ ଶୂନରେ ଆଉଟ୍ ହୋଇଥିବା ବେଳେ ମୟଙ୍କ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଫଳରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଭାରତ ପ୍ରଥମ ଇନିଂସ୍‌ରେ ୫୦ ରନ୍ କରିବା ପୂର୍ବରୁ ୨ଟି ୱିକେଟ୍ ହରାଇଛି।

ଖବର ଲେଖାଯିବା ସୁଦ୍ଧା ୨୫ ଓଭରରେ ଟିମ୍ ଇଣ୍ଡିଆ ୨ ୱିକେଟ୍ ହରାଇ ୪୧ ରନ୍ କରିଛି। ଚେତେଶ୍ୱର ପୂଜାରା ୮୮ଟି ବଲ୍‌ରୁ ୧୭ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୨୨ଟି ବଲ୍‌ରୁ ୫ ରନ୍ କରି ଖେଳୁଛନ୍ତି।

ଆଜି ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିବାକୁ ଆସିଥିଲେ। କିନ୍ତୁ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗିଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ୧୮.୧ ଓଭରରେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ମୟଙ୍କ। ସେ ୪୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ରନ୍ କରିଥିଲେ। ତା’ମଧ୍ୟରେ ଦୁଇଟି ଚୌକା ଥିଲା।

The post ମୟଙ୍କ ବି ନିରାଶ କଲେ, ୨୫ ଓଭରରେ ୪୧ ରନ୍‌ appeared first on Odisha Reporter.



from Odisha Reporter https://ift.tt/3p3S00H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages