କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । କୋରାପୁଟ ଜର୍ଟି ଷ୍ଟେସନରେ ଏହି ଅଘଟଣ ଘଟିଛି । ମାଲବାହୀ ଟ୍ରେନର ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଏ ନେଇ କୋରାପୁଟ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । କିରଣ୍ଡୁଲରୁ ବିଶାଖାପାଟଣା ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି ।
୧୩ଟି ବଗି ପ୍ରଭାବିତ ନେଇ ରେଳୱେ ପକ୍ଷରୁ ସୂଚନା ମିଳିଛି। ଆଜି ଭୋର ପ୍ରାୟ ୪.୩୦ ମିନିଟରେ ମାଳିଗୁଡ଼ା ଟନେଲ୍ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ସେପଟେ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଏହି ଟ୍ରାକରେ ଅନ୍ୟ ସବୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି । ରେଳ ଧାରଣା ନଷ୍ଟ ହୋଇଥିବାରୁ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଆଗେଇ ଚାଲିଛି।
୨୪ ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି। ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଅଧିକ ଦ୍ରୁତ ଗତି ଯୋଗୁଁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି।
The post ଟ୍ରାକରୁ ଖସିଲା ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/3hByA13
No comments:
Post a Comment