ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଚଳିବ ନାହିଁ । ଯଦି ଚଳିବ ନିଆଁ ଜଳିବ । ଏଭଳି କିଛି ନାରା ଦେଇ ଆଜି ଭୁବନେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ବିଜେପି। କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଘର କାନ୍ଥରେ ବିଜୁ ପକ୍କା ଘର ଷ୍ଟିକର ମାରି ରାଜ୍ୟ ସରକାର ବାହାବା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ନେତା ଓ କର୍ମୀମାନେ ଅଭିଯୋଗ କରି ହାତରେ ବ୍ୟାନର ଧରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଓ ବିଜେଡି କର୍ମୀ ଘର ପାଇଛନ୍ତି । ଏହାକୁ ନେଇ ରାଜ୍ୟର ୩୧୪ଟି ବ୍ଲକରେ ପ୍ରତିବାଦ କରୁଛି ଦଳ। ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ପତ୍ର ମାଧ୍ୟମରେ ଦେଇଥିବା ବାର୍ତ୍ତାକୁ ଚିରୁଛନ୍ତି ବିଜେପି ନେତା ଓ କର୍ମୀ । ଆଜି ଏନେଇ ସବୁ ଥାନାରେ ଏତଲା ଦିଆଯିବ ବୋଲି ବିଜେପି କହିଛି । ସେପଟେ ବିଜେପିର ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଅନ୍ୟପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପାଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରେ ବିଜୁ ପକ୍କା ଘର ଥିବା ପୋଷ୍ଟର ମାରିବାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଓଳଗ ପଞ୍ଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ମିଳିଥିଲା । କିନ୍ତୁ ଏହାକୁ ଚଞ୍ଚକତା କରି ବିଜୁ ପକ୍କା ଘର ପୋଷ୍ଟର ଲଗାଯାଉଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ତେଣୁ ନିର୍ମାଣ ହୋଇଥିବା ଘରେ ଲାଗିଥିବା ବିଜୁ ପକ୍କା ଘର ପୋଷ୍ଟରକୁ ସ୍ଥାନୀୟ ଲୋକେ ଚିରି ଦେବା ସହ ପ୍ରଶାସନିକ ଅଧିକାରୀଙ୍କୁ ଗାଁରୁ ବିଦା କରି ଦେଇଛନ୍ତି ।
The post ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଚଳିବ ନାହିଁ’ appeared first on Odisha Reporter.
from Odisha Reporter https://ift.tt/2WV9jVG
No comments:
Post a Comment