ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ତଥା ଲୋକପ୍ରିୟ ଭାଷ୍ୟକାର ରବିନ ଜ୍ୟାକମ୍ୟାନ ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଜନ ଏଡରିଚ୍ଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଜ୍ୟାକମ୍ୟାନଙ୍କ ଦେହାନ୍ତ ହୋଇଛି। ଜନଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା। ଗୋଟିଏ ଦିନରେ ଦୁଇ ପୂର୍ବତନ କ୍ରିକେଟରଙ୍କ ପରଲୋକ କ୍ରୀଡ଼ା ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି।
ଶିମଲାରେ ଜନ୍ମ ଗ୍ରହଣ କରିଥିବା ରବିନ ଇଂଲଣ୍ଡ ପାଇଁ ୪ଟି ଟେଷ୍ଟ ଓ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଇଂଲିଶ ଟିମ୍ରୁ ବିଦାୟ ନେବା ପରେ ସେ ଦକ୍ଷିଣ ଆଫ୍ରିକାରୁ ନିଜ ଭାଷ୍ୟକାର କ୍ୟାରିୟର ଆରମ୍ଭ କରିଥିଲେ। ଭାଷ୍ୟକାର ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ରବିନଙ୍କୁ ସମସ୍ତେ ଶ୍ରଦ୍ଧାରେ ଜ୍ୟାକର୍ସ ବୋଲି ଡାକନ୍ତି।
୧୯୭୫ରେ ସେ ଇଂଲଣ୍ଡ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ହେଲେ ଇଂଲିଶ ଟିମ୍ ପାଇଁ ଟେଷ୍ଟରେ ଡେବ୍ୟୁ କରିବାକୁ ତାଙ୍କୁ ୬ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ସେ ଟେଷ୍ଟରେ ୧୪ଟି ୱିକେଟ ନେଇଥିବ ବେଳେ ଦିନିକିଆରେ ୧୯ଟି ୱିକେଟ ଦଖଲ କରିଛନ୍ତି। ହେଲେ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ବେଶ ଦବଦବା ରହିଥିଲା। ସେ ୩୯୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୧୪୦୨ଟି ୱିକେଟ ନେଇ ବିରଳ ରେକର୍ଡର ଅଧିକାରୀ ହୋଇଥିଲେ।
ଇଂଲଣ୍ଡ ବ୍ୟତୀତ ରବିନ ଜ୍ୟାକମ୍ୟାନ ଦକ୍ଷିଣ ଆଫ୍ରିକାରେ ୱେଷ୍ଟର୍ଣ୍ଣ ପ୍ରୋଭେନ୍ସ ପାଇଁ ମଧ୍ୟ କ୍ରିକେଟ ଖେଳିଛନ୍ତି। ସେ ଦକ୍ଷିଣ ଆଫ୍ରିକାରେ ହିଁ ବିବାହ କରିଥିଲେ। ତାଙ୍କ ବିୟୋଗରେ ଏବି ଡିଭିଲିୟର୍ସଙ୍କ ଠାରୁ ଆରମ୍ଭ କରି ଆଇସିସି ଓ ବହୁ କ୍ରିକେଟ କିମ୍ବଦନ୍ତୀ ଶୋକ ପ୍ରକାଶ କରିଛନ୍ତି।
The post ଲୋକପ୍ରିୟ ଭାଷ୍ୟକାର ଓ ପୂର୍ବତନ କ୍ରିକେଟର ରବିନ ଜ୍ୟାକମ୍ୟାନଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/37QncL6
No comments:
Post a Comment