ନୂଆଦିଲ୍ଲୀ: ଭାରତରେ ଚାଲିଥିବା କରୋନା ବିରୋଧୀ ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବାର ଆଶା ସୃଷ୍ଟି ହୋଇଛି। କରୋନାକୁ ମାତ ଦେବା ପାଇଁ ଆସନ୍ତା ଜାନୁଆରୀ ସୁଦ୍ଧ ଭାରତ ପାଖରେ ଦୁଇଟି କରୋନା ଟିକା ପହଞ୍ଚି ସାରିଥିବ। ଏହି ଦୁଇଟି ଟିକା ହେଲା ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ।
ଖାଲି ସେତିକି ନୁହେଁ, ଏପ୍ରିଲ ସୁଦ୍ଧା ଭାରତକୁ ଆଉ ଦୁଇଟି କମ୍ପାନୀର କରୋନା ଟିକା ମିଳିଯିବ। ଅର୍ଥାତ ଏପ୍ରିଲ ସୁଦ୍ଧା ଭାରତ ପାଖରେ ମୋଟ ୪ଟି କରୋନା ଟିକା ମହଜୁଦ ଥିବ। ଏହି ୪ ଟିକା ଦ୍ୱାରା ଭାରତ ସରକାର ଜୁଲାଇ ମାସ ସୁଦ୍ଧା ୩୦ କୋଟି ଭାରତୀୟଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
କୋଭିସିଲ୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମଗାଯାଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା କୋଭାକ୍ସିନ ଟିକାର ବ୍ୟବହାର ପାଇଁ ଅନୁମତି ମିଳିପାରେ। ସେହିପରି ଡିସିଜିଆଇ ଫାଇଜର ଟିକାର ଜରୁରୀ କାଳୀନ ଆବେଦନକୁ ବିଚାରକୁ ନେଇଛି। ଏବେ ଏହା ଉପରେ ତର୍ଜମା ଚାଲିଛି ଓ ଖୁବଶୀଘ୍ର ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି।
ଏହି ୩ ଟିକା ବ୍ୟତୀତ ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭିର ପରୀକ୍ଷା ମଧ୍ୟ ଭାରତରେ ଚାଲିଛି। ଯୋଜନା ଅନୁଯାୟୀ, ଏପ୍ରିଲ ସୁଦ୍ଧା ଏହାର ମଧ୍ୟ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇପାରନ୍ତି। ତେଣୁ ଭାରତର କରୋନା ଯୁଦ୍ଧର ସାରଥୀ ଭାବେ ଏହି ୪ ଟିକା ସର୍ବାଗେ ରହିଛନ୍ତି। ୪ଟି ଯାକ ଟିକାକୁ ବ୍ୟବହାର କରି ଭାରତ ସରକାର ଜୁଲାଇ ଶେଷ ସୁଦ୍ଧା ୩୦ କୋଟି ଭାରତୀୟଙ୍କ ଟିକାକରଣ କରିବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି।
The post ଭାରତକୁ ଜାନୁଆରୀ ସୁଦ୍ଧା ୨ଟି ଓ ଏପ୍ରିଲ ଭିତରେ ମିଳିବ ୪ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/3qwxSWF
No comments:
Post a Comment