ରହସ୍ୟମୟ ରୋଗ ନେଲା ଜଣଙ୍କ ଜୀବନ, ୩୦୦ରୁ ଅଧିକ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ରହସ୍ୟମୟ ରୋଗ ନେଲା ଜଣଙ୍କ ଜୀବନ, ୩୦୦ରୁ ଅଧିକ ଆକ୍ରାନ୍ତ

ଏଲୁରୁ: ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ରହସ୍ୟମୟ ରୋଗକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଶନିବାର ରାତିରୁ ଏହି ରହସ୍ୟମୟ ରୋଗରେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାରେ ଲାଗିଛନ୍ତି। ତେବେ ରବିବାର ଏହି ରୋଗ ଜଣଙ୍କ ମୁଣ୍ଡ ନେବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ସେହିପରି ଏବେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୩୦୦ ଅତିକ୍ରମ କରିସାରିଲାଣି। ଏଲୁରୁସ୍ଥିତ ସରକାରୀ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ଏହି ସୂଚନା ଦେଇଛନ୍ତି।

ଜଣଙ୍କ ପରେ ଜଣେ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଥିଲେ ହେଁ ଡାକ୍ତରମାନେ ଏହାର କାରଣ ଖୋଜି ବାହାର କରିପାରିନାହାନ୍ତି। ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କର ହଠାତ୍‌ ମୁଣ୍ଡ ବୁଲାଉଛି। ଏହାପରେ ସେମାନେ ବାନ୍ତି କରିବା ସହ ଅଚେତ ହୋଇ ପଡ଼ୁଛନ୍ତି। ଏଥିସହ ସେମାନଙ୍କ ମୁହଁରୁ ଫେଣ ବାହାରୁଛି ଓ ସେମାନେ ଥରିବା ଆରମ୍ଭ କରୁଛନ୍ତି।

ଶନିବାର ଏଲୁରୁର ୪ଟି ଅଞ୍ଚଳରୁ ପ୍ରଥମେ ୪୫ ଜଣ ଲୋକ ଏହି ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ରୋଗୀଙ୍କ ସଂଖ୍ୟା ବଢ଼ିଥିଲା। ଏବେ ସୁଦ୍ଧା ୩୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇ ସାରିଲେଣି। ଏମାନଙ୍କ ମଧ୍ୟରେ ୪୬ ଜଣ ଛୋଟ ପିଲା ଓ ୭୦ ଜଣ ମହିଳା ରହିଛନ୍ତି। ରହସ୍ୟମୟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ନର୍ଭ ସିଷ୍ଟମ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ତଥାପି ଡାକ୍ତରମାନେ ଏହା ପଛର କାରଣ ଜାଣି ପାରୁନାହାନ୍ତି।

ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଟିମ୍‌ ଏଲୁରୁ ସ୍ଥିତ ଡାକ୍ତରମାନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ସେହିପରି ବିଜୟୱାଡା ଓ ବିଶାଖାପଟନମଙ୍କୁ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଠାରୁ ଆଜି ରିପୋର୍ଟ ଆସିବା ପରେ ରୋଗ ସମ୍ପର୍କରେ ଜଣାପଡ଼ିବ ବୋଲି ଆଶା କରାଯାଉଛି।

The post ରହସ୍ୟମୟ ରୋଗ ନେଲା ଜଣଙ୍କ ଜୀବନ, ୩୦୦ରୁ ଅଧିକ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/2IoudsW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages