ଭାଇରାଲ ହେଉଛି ଅନନ୍ୟାଙ୍କ ବୋଲ୍ଡ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 30, 2020

ଭାଇରାଲ ହେଉଛି ଅନନ୍ୟାଙ୍କ ବୋଲ୍ଡ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଲାଡଲି ଅନନ୍ୟା ପାଣ୍ଡେ । ମାତ୍ର ୩ଟି ଫିଲ୍ମ କରି ସେ ବି-ଟାଉନରେ ବେଶ ଚର୍ଚ୍ଚିତ । ପ୍ରତିଦନ କିଛି ନା କିଛି ଖବରକୁ ନେଇ ଲାଇମ ଲାଇଟରେ ରୁହନ୍ତି ଅନନ୍ୟା । ସୋଶାଲ ମିଡିଆରେ ମଧ୍ୟ ସେ ବେଶ ଆକ୍ଟିଭ । ତାଙ୍କର ଏକ ବୋଲ୍ଡ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି । ଅନନ୍ୟାଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଫ୍ୟାନ୍ସମାନଙ୍କୁ ପାଗଳ କରିଦେଇଛି । ଏହି ଫଟୋକୁ ନିଜେ ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି ।

 

View this post on Instagram

 

A post shared by Ananya 💛💫 (@ananyapanday)


ନିକଟରେ ନ୍ୟୁ-ଇଅର ସେଲିବ୍ରେସନ ପାଇଁ ସେ ତାଙ୍କ ପରିବାର ସହ ‘ମଲଦ୍ୱିପ’ ଯାଇଛନ୍ତି । ମଲଦ୍ୱିପରେ ଛୁଟି ମନାଉ ଥିବାର ତାଙ୍କର କିଛି ଫଟୋ ଏବେ ଜୋରସୋରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଅନନ୍ୟାଙ୍କ ବୋଲ୍ଡ ବିକିନି ଲୁକ ଦେଖିବାକୁ ମିଳିଛି । ଗୋଟଏ ଫଟୋରେ ଅନନ୍ୟା ବିକିନି ପିନ୍ଧି ସନ୍ ବାଥ ନେଉଛନ୍ତି ତ ଆଉ ଗୋଟିଏ ଫଟୋରେ ସମୁଦ୍ର କୂଳରେ ଫଟୋ ପାଇଁ ପୋଜ ଦେଉଛନ୍ତି।  ସେହିପରି ଅନ୍ୟ ଏକ ଫଟରେ ସେ ହାତରେ ବର୍ଗର ଧରି ଖାଉଥିବା ନଜର ଆସିଛନ୍ତି । ଏହି ଫଟୋଗୁଡିକୁ ସେଆର କରି ଅନନ୍ୟା ଲେଖିଛନ୍ତି, ‘ପ୍ରକୃତରେ ମୁଁ ଯିଏ, ତାହା ହେବା ପାଇଁ ଚେଷ୍ଟା କରୁଛି ।

ଏହି ଫଟୋକୁ ଏଯାଏଁ ୧୦ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି । ଫ୍ୟାନ୍ସମାନେ ମଧ୍ୟ ଅନନ୍ୟାଙ୍କ ବୋଲ୍ଡ ଲୁକକୁ ଦେଖି କମେଣ୍ଟ କରିବାକୁ ଭୁଲୁନାହାନ୍ତି । ତାଙ୍କ ଫଟୋରେ ପ୍ରାୟ ଏକାଧିକ କମେଣ୍ଟ ମିଳିଥିବା ଦେଖୁବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ, ଅନନ୍ୟା ପାଣ୍ଡେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇଅର-୨’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ କାର୍ତ୍ତିକ ଆର୍ଯ୍ୟନ ଏବଂ ଭୂମି ପେଡନେକରଙ୍କ ସହ ‘ପତି ପତ୍ନୀ ଔର ବୋ’ରେ ମଧ୍ୟ ନଜର ଆସିଥିଲେ । ନିକଟରେ ସେ ଅଭିନେତା ଈଶାନ ଖଟ୍ଟରଙ୍କ ସହ ‘ଖାଲି ପିଲି’ ଫିଲ୍ମରେ ମଧ୍ୟ ଲିଡ ରୋଲରେ ଅଭିନୟ କରିଥିଲେ । ଆଗକୁ ସେ ସାଉଥ ଷ୍ଟାର ବିଜୟ ଦେବର କୋଣ୍ଡାଙ୍କ ସହ ମଧ୍ୟ ନଜର ଆସିବେ । ସେହିପରି ଦୀପିକା ପାଦୁକୋନା ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ ମଧ୍ୟ ଏକାଠି ନଜର ଆସିବା ନେଇ ସୂତ୍ରରୁ ଜଣାପଡିଛି ।

The post ଭାଇରାଲ ହେଉଛି ଅନନ୍ୟାଙ୍କ ବୋଲ୍ଡ ଫଟୋ appeared first on Odisha Reporter.



from Odisha Reporter https://ift.tt/3pIzJGV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages