ନୂଆଦିଲ୍ଲୀ: ଦେଶରେ ଏବେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ, କିନ୍ତୁ ଏବେବି ବିପଦ ଟଳି ନାହିଁ। ନୂଆବର୍ଷରେ କରୋନା ମାମଲା ଯେପରି ନ ବୃଦ୍ଧି ପାଇବ, ତାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ଏହାଛଡ଼ା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିନାହିଁ ଏବଂ ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ ୧ ତାରିଖ ରାତି ୧୧ଟାରୁ ୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ନୂଆବର୍ଷକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ମୁମ୍ବାଇରେ ଆସି ରାତି ୧୧ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମୁମ୍ବାଇରେ ରେଷ୍ଟୁରାଣ୍ଟ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି। ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବାଇ ପୁଲିସ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ। ଗୋଟିଏ ସ୍ଥାନରୁ ୫ରୁ ଅଧିକ ଲୋକ ଯେପରି ନରହିବେ, ସେଥିପାଇଁ ୧୪୪ ଧାରା ଲଗାଯିବ।
କର୍ଣ୍ଣାଟକରେ ନୂଆ ବର୍ଷ ଏଥର ଫିକା ପଡ଼ିବ। ବେଙ୍ଗାଲୁରୁ ପୁଲିସ୍ କମିଶନର ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୋଆରେ ନୂଆ ବର୍ଷ ପାଳନ ପାଇଁ କେବଳ ଦେଶ ନୁହେଁ, ବିଦେଶରୁ ମଧ୍ୟ ଲୋକ ଆସନ୍ତି। ହେଲେ ଏଥର ବିଦେଶରୁ ତ ଲୋକ ଆସୁନାହାନ୍ତି, କିନ୍ତୁ ଅଲଗା ରାଜ୍ୟରୁ ଲୋକେ ନୂଆବର୍ଷ ପାଳନ କରିବାକୁ ଗୋଆରେ ପହଞ୍ଚିଛନ୍ତି। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ରାଜ୍ୟରେ ନୂଆ ବର୍ଷ ମନାଇବା ପାଇଁ ୪୦ରୁ ୪୫ ଲକ୍ଷ ଲୋକେ ପର୍ଯ୍ୟଟକ ପହଞ୍ଚିଛନ୍ତି। ଏହାକୁ ଆଖି ଆଗରେ କୋଭଡ୍-୧୯ର ପ୍ରୋଟୋକଲକୁ କଠୋର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
The post ରାଜଧାନୀରେ ନାଇଟ୍ କର୍ଫ୍ୟୁ appeared first on Odisha Reporter.
from Odisha Reporter https://ift.tt/3rIQaEI
No comments:
Post a Comment