ଶୀତ ଦିନେ କିଭଳି ନେବେ ତ୍ୱଚାର ଯତ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 11, 2020

ଶୀତ ଦିନେ କିଭଳି ନେବେ ତ୍ୱଚାର ଯତ୍ନ

ଶୀତ ଦିନ ଆସିବା କ୍ଷଣି ଆମ ତ୍ୱଚା ଡ୍ରାଏ ହୋଇଯାଏ ଏବଂ ଫାଟିବାକୁ ଲାଗେ । ଏଥିପାଇଁ ଅଧିକାଂଶ ଲୋକ ବଜାରରେ ମିଳୁଥିବା କୋଲ୍ଡ କ୍ରିମ ବା ଲୋଶନର ବ୍ୟବହାର କରିଥା’ନ୍ତି । ଏହି କୋଲ୍ଡ କ୍ରିମ ତ୍ୱଚା ଉପରେ ମାତ୍ର ୨ରୁ ୩ ଘଣ୍ଟା ଯାଏଁ ରହେ। ଏହାପରେ ପୂର୍ବଭଳି ପରିସ୍ଥିତିକୁ ଆସିଯାଏ । ତେବେ ଘରୋଇ ସାମଗ୍ରୀକୁ ବ୍ୟବହାର କରି ଏଭଳି କୋଲ୍ଡକ୍ରମି ବା ଲୋଶନ ତିଆରି କରିହେବ ଯାହା ଆମ ତ୍ୱଚାକୁ ଦିନ ସାରା ନରମ ରଖି ପାରିବ । ଆସନ୍ତୁ  ଜାଣିବା ସେ ବିଷୟରେ

ଶୀତିଦିନେ ଅଧିକାଂଶ ଆଲମଣ୍ଡ ବା ବାଦାମ ତେଲ ବ୍ୟବହାର କରାଯାଏ । ଏଥିରେ ଭିଟାମିନ-ଏ, ଇ, ଓମେଗା-୩ ଫ୍ୟାଟି ଏସିଡ, ପୋଟାସିଅମ, ଜିଙ୍କ ଭଳି ପ୍ରୋଟିନ ଭରପୁର ମାତ୍ରାରେ ରହିଛି । ଏହାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ନରମ ରହିଥାଏ । ଏଥିସହ ରିଙ୍କଲ୍ସ ବା ତ୍ୱଚା କୁଞ୍ଚନ ମଧ୍ୟ ଦୂର ହୋଇଥାଏ । ଆପଣ ଚାହିଁଲେ ବାଦାମ ତେଲରେ କୋଲ୍ଡ କ୍ରମି ମଧ୍ୟ ତିଆରି କରି ଲଗାଇ ପାରିବେ ।

ସାମଗ୍ରୀ: ୧/୨ କପ ବାଦାମ ତେଲ, ୧/୨ କପ ନଡିଆ ତେଲ, ୧/୪ କପ ମହୁ, ୧ ଚାମଚ ଭିଟାମିନ-ଇ ତେଲ, ୨ ଚାମଚ କୋକୋଆ ବଟର, ୩ରୁ ୪ ବୁନ୍ଦା ଏସେନ୍ସିଆଲ ଅଏଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥେମ ଏକ ବଡ ପାତ୍ରରେ ପାଣି ଭର୍ତ୍ତି କରନ୍ତୁ । ତା’ପରେ ଏହା ଗ୍ୟାସ ଉପରେ ରଖି ଗରମ କରନ୍ତୁ । ପାଣି ଗରମ ହୋଇଯିବା ପରେ ବାଦାମ ତେଲ, ନଡିଆ ତେଲ, ମହୁ ଏବଂ କୋକୋଆ ବଟରକୁ ଏକ ଅଲଗା ପାତ୍ରରେ ଗରମ ପାଣି ଉପରେ ରଖି ଉଷୁମ କରନ୍ତୁ । ଏସବୁ ସାମଗ୍ରୀ ମିଶି ଗଲା ପରେ ଏଥିରେ ଭିଟାମିନ-ଇ ତେଲ ପକାନ୍ତୁ । ପରେ ଏହି ମିଶ୍ରଣକୁ ଏକ କାଚ ଡବାରେ ରଖି ଥଣ୍ଡ ହେବା ପରେ ବନ୍ଦ କରିଦିଅନ୍ତୁ । ପ୍ରତିଦିନ ଏହି ଲୋଶାନକୁ ମୁହଁରେ ଲଗାନ୍ତୁ । ଏହି ଲୋଶନ ଅଲ୍ଟ୍ରା-ମଶ୍ଚରାଇଜିଂ ଅଟେ । ଘରେ ତିଆରି ହୋଇଥିବା ଏହି ଲୋଶନକୁ ଆପଣ ୬ ମାସ ଯାଏଁ ରଖି ବ୍ୟବହାର କରିପାରିବେ ।

ବାଦାମ ତେଲ ତ୍ୱଚାର ଉଜ୍ୱଳତାକୁ ବଢ଼ାଇଥାଏ । ଭିଟାମିନ-ଇ ଥିବା ଯୋଗୁଁ ଏହା ରେଟିନାଲ ଭାବ କାମ କରେ, ଯାହା ତ୍ୱଚା କୁଞ୍ଚନକୁ କମ କରିବାରେ ସହାୟକ ହୋଇଯାଏ । ଯଦି ଆପଣଙ୍କ ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ବାଦାମ ତେଲ ଲଗାଇଲେ ତାହା ମଧ୍ୟ ଦୂର ହୋଇପାରିବେ । ବାଦାମ ତେଲରେ ତିଆରି ଏହି ଲୋଶନ କେବଳ ଚେହେରା ପାଇଁ ନୁହେଁ ଏଗଜିମା, ଷ୍ଟ୍ରେଚମାର୍କ ଭଳି ସମସ୍ୟାକୁ ମଧ୍ୟ ଦୂର କରିପାରିବ।

The post ଶୀତ ଦିନେ କିଭଳି ନେବେ ତ୍ୱଚାର ଯତ୍ନ appeared first on Odisha Reporter.



from Odisha Reporter https://ift.tt/344k8cd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages