ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): “୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଟଙ୍କା ଦେଲେ ଭାବୁଛନ୍ତି ଆମେ ଚୁପ୍ ହୋଇ ବସି ରହିବୁ। କିନ୍ତୁ ଆମର ଟଙ୍କା ଦରକାର ନାହିଁ। ଆମ ଝିଅକୁ ନ୍ୟାୟ ଦରକାର। ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସିବିଆଇ ଏହି ଘଟଣାର ତଦନ୍ତ କରୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଝିଅ ହତ୍ୟାକାରୀକୁ ଗିରଫ ଦାବିରେ ଧାରଣାରେ ବସିଥିବା ପରୀର ମା’ ସୌଦାମିନୀ ।
ସୂଚନାଯୋଗ୍ୟ, ପୁରୀ ହତ୍ୟା ଘଟଣାରେ ତାଙ୍କ ପରିବାର ୧୦ ଲକ୍ଷ ଟଙ୍କା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିବା ପରେ ଏହାକୁ ନାପସନ୍ଦ କରିଛନ୍ତି ପରୀର ମା’ । ସେ ଏହା ମନ୍ତ୍ରୀ ଅରୁଣ ସାହୁଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି, କୌଣସି ଅର୍ଥ ଲାଳସା ମୋତେ ଭ୍ରମିତ କରି ପାରିବ ନାହିଁ ବୋଲି କହିଛନ୍ତି ସୌଦାମିନୀ ।
ଏଥିସହ ସେ କହିଛନ୍ତି ଆମ ପିଲାକୁ ଚୋରି କରି ନେଲେ, ମାରି ଦେଲେ। ପରେ ଆମ ଉପରେ ଆକ୍ରମଣ କଲେ, ମିଛ କେସ୍ କଲେ। ଏସପି, କଲେକ୍ଟରଙ୍କୁ ଗୁହାରି ଜଣାଇଲେ ବି କିଛି କାର୍ଯ୍ୟାନୁଷ୍ଠାନ ନେଲେନି। କାହିଁକି ସେମାନେ ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୌଦାମିନୀ।
ଅନ୍ୟପଟେ ସଦର ଥାନା ଅଧିକାରୀଙ୍କ ନିଲମ୍ବନ ଏବଂ ଏସ୍ଡିପିଓଙ୍କ ବଦଳିରେ ଖୁସି ନ ଥିବା କହିଛନ୍ତି ପରୀର ବାପା ଅଶୋକ। ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ସମେତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ପରୀଙ୍କ ବାପା ଅଶୋକ ଏବଂ ମା’ ସୌଦାମିନୀ ।
ଝିଅ ମରିବାର ୪ ମାସ ପରେ ବି ଅଭିଯୋଗ କଲେ ପୁଲିସ୍ ଆମେ ଉପରେ ଅତ୍ୟାଚାର ଚଳାଇଛି। ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରୀର ବାପାମା’।
The post ‘୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ’ appeared first on Odisha Reporter.
from Odisha Reporter https://ift.tt/2W52tNd
No comments:
Post a Comment