ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ କଲେ ବିରାଟ୍ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ କଲେ ବିରାଟ୍ କୋହଲି

କ୍ୟାନବେରା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏକ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଅନ୍ତର୍ଜାତୀୟ ସବୁଠାରୁ ଦ୍ରୁତ ୧୨ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ କୋହଲି ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି।

କୋହଲି ନିଜର ୨୫୧ ମ୍ୟାଚର ୨୪୧ତମ ଇନିଂସରେ ୧୨ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ୍ ୩୦୯ ମ୍ୟାଚରେ ୩୦୦ ଇନିଂସରେ ୧୨ହଜାର ଦିନିକିଆ ରନ୍ ପୂରଣ କରିଥିଲେ। ସଚିନ୍ ୨୦୦୩ ୱାର୍ଲ୍ଡ କପରେ ପାକିସ୍ତାନ ବିପକ୍ଷ ମୁକାବିଲାରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚରେ ସଚିନ୍ ୯୮ ରନର ସ୍ମରଣୀୟ ଇନିଂସ୍ ଖେଳିଥିଲେ।

୧୨ହଜାର ରନ୍ ପୂରଣ କରିବାରେ କୋହଲି ଦୁନିଆର ଷଷ୍ଠ ଏବ ଭାରତର ୨ୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ୧୨ହଜାର ରନର ରେକର୍ଡ ଛୁଇଁବା ପାଇଁ ୨୩ ରନର ଆବଶ୍ୟକ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ କୋହଲି ୮୯ ରନ୍ କରି ଆଉଟ୍ ହୋଇଥିଲେ, ଯେଉଁକାରଣରୁ ସେ ଏହି ରେକର୍ଡରୁ ବଞ୍ଚିତ ହୋଇଥିଲେ।

ସଚିନଙ୍କ ପରେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୩୨୩ ମ୍ୟାଚରେ ୩୧୪ ଇନିଂସରେ ୧୨ହଜାର ରନ୍ ପୂରଣ କରିଥିଲେ। ସେ ୨୦୦୯ରେ ଇଂଲଣ୍ଡ ବିପକ୍ଷରେ ଏହି ରେଡର୍କ କରିଥିଲେ। ସେହିପରି ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୩୫୯ ମ୍ୟାଚରେ ୩୩୬ ଇନିଂସରେ, ସନତ ଜୟସୂରିୟା ୩୯୦ ମ୍ୟାଚରେ ୩୭୯ ଇନିଂସରେ, ମାହେଲା ଜୟବର୍ଦ୍ଧନେ ୪୨୬ ମ୍ୟାଚରେ ୩୯୯ ଇନିଂସରେ ୧୨ହଜାର ଅନ୍ତର୍ଜାତୀୟ ଦିନିକିଆ ରନ୍ ପୂରଣ କରିଥିଲେ।

The post ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବଡ଼ ରେକର୍ଡ କଲେ ବିରାଟ୍ କୋହଲି appeared first on Odisha Reporter.



from Odisha Reporter https://ift.tt/3g4ncd5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages