ଆଖି ବୁଜିଲେ ୬ କରୋନା ଆକ୍ରାନ୍ତ , ଗଞ୍ଜାମରୁ କେବଳ ୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ଆଖି ବୁଜିଲେ ୬ କରୋନା ଆକ୍ରାନ୍ତ , ଗଞ୍ଜାମରୁ କେବଳ ୨

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା କୋପ । ଗତ କିଛି ଦିନ ହେବ ୫୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧୦ ତଳେ ରହୁଛି।  ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୪୫ରେ ପହଞ୍ଚିଯାଇଛି।

ରାଜ୍ୟରେ ୬ ମୃତକଙ୍କ ମଧ୍ୟରେ ସମସ୍ତେ ପୁରୁଷ ଓ ବୟସ୍କ ହୋଇଥିବା ବେଳେ ପୂର୍ବରୁ ବିଭିନ୍ନ  ରୋଗରେ ପୀଡ଼ିତ ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨ ଜଣ ଥିବା ବେଳେ ବାଲେଶ୍ୱର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ୨ ମୃତକଙ୍କ ମଧ୍ୟରୁ ଜଣେ ୫୮ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣେ ୬୮ ବର୍ଷ ବୟସ୍କ ବୃଦ୍ଧା। ଏହାବ୍ୟତୀତ ବାଲେଶ୍ୱରରେ ଜଣେ ୮୨ ବର୍ଷ ବୟସ୍କ କରୋନାରେ ଆଖି ବୁଜିଥିବା ବେଳେ ଝାରସୁଗୁଡ଼ାରେ ଓ ମୟୂରଭଞ୍ଜରେ ଜଣେ ଲେଖାଏ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ବୟସ ୭୧ ବୋଲି ଜଣାଯାଇଛି।

The post ଆଖି ବୁଜିଲେ ୬ କରୋନା ଆକ୍ରାନ୍ତ , ଗଞ୍ଜାମରୁ କେବଳ ୨ appeared first on Odisha Reporter.



from Odisha Reporter https://ift.tt/2I0eX5l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages