କରୋନାର ନୂଆ ରୂପ ଭାରତର ଟିକାକରଣ ରଣନୀତିକୁ ପ୍ରଭାବିତ କରିବ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

କରୋନାର ନୂଆ ରୂପ ଭାରତର ଟିକାକରଣ ରଣନୀତିକୁ ପ୍ରଭାବିତ କରିବ କି?

ନୂଆଦିଲ୍ଲୀ: କରୋନାର ନୂଆ ରୂପ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ବ୍ରିଟେନ ଠାରୁ ଆରମ୍ଭ କରି ଇଟାଲୀ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଟିକାକୁ ପ୍ରଭାବିତ କରିବ କି ବୋଲି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

ସ୍ଥିତି ଏପରି ହୋଇଛି ଯେ ଭାରତ ସରକାର କରୋନାର ନୂଆ ରୂପକୁ ମୁକାବିଲା କରିବା ପାଇଁ ଡିସେମ୍ବର ୩୧ ଯାଏ ବ୍ରିଟେନକୁ ବିମାନ ସେବା ବାତିଲ କରିଛନ୍ତି। ଏ ସବୁ ଭିତରେ ବିଶେଷଜ୍ଞମାନେ କରୋନାର ନୂଆ ରୂପ ଭାରତର ଟିକାକରଣ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବ କି ନାହିଁ , ତା’ ଉପରେ ମତ ରଖିଛନ୍ତି।

ବିଶେଷଜ୍ଞଙ୍କ ମତରେ କରୋନାର ନୂଆ ରୂପ ଟିକାକରଣ ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଟିକାର ଯେଉଁ ଡୋଜ୍‌ ପ୍ରସ୍ତୁତ ହୋଇଛି, ତାହା କରୋନାର ନୂଆ ଷ୍ଟ୍ରେନ ଓ ପୁନଃ ସଂକ୍ରମଣକୁ ରୋକିବାରେ ଫଳପ୍ରଦ ହେବ।

ସିଏସଆଇଆର ବିଶେଷଜ୍ଞମାନେ କହିଛନ୍ତି, ବ୍ରିଟେନ ସମେତ ଅନେକ ଦେଶରେ ଏବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। କାରଣ ଏହା ପୂର୍ବ ଭାଇରସ ତୁଳନାରେ ଅଧିକ ମାରାତ୍ମକ ଓ ଖୁବଦ୍ରୁତରେ ସଂକ୍ରମିତ କରୁଛି। କିନ୍ତୁ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଟିକା କରୋନାର ନୂଆ ଷ୍ଟ୍ରେନ ବା ରୂପକୁ ମାତ ଦେବାରେ ସକ୍ଷମ ହେବ।

ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ପୂର୍ବାପେକ୍ଷା କରୋନାର ନୂଆ ଭାଇରସ N501Y ଦ୍ରୁତ ଗତିରେ ସଂକ୍ରମିତ କରୁଛି ସତ। ହେଲେ ଏହା ଲୋକ ଜୀବନ ନେଇଯିବ ବୋଲି ଆଶଙ୍କା କରିବା ଭୁଲ। ଅବଶ୍ୟ ଆଣ୍ଟିବଡି ଭଳି କେତେକ ଦିଗରେ ପାର୍ଥକ୍ୟ ଦେବାକୁ ମିଳିପାରେ। ହେଲେ ଟିକା ନୂଆ ଷ୍ଟ୍ରେନ ଆଗରେ ସଂପୂର୍ଣ୍ଣ ଭାବେ ଅକାମୀ ହେବନାହିଁ।

କରୋନା ଯେତେ ପ୍ରକାରର ରୂପ ବଦଳାଇଲେ ମଧ୍ୟ ଟିକା ଏହା ବିରୋଧରେ ସମାନ ଭାବରେ ନିଜର ପ୍ରଭାବ ଦେଖାଇବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଟିକା ପ୍ରସ୍ତୁତ କରାଯାଇଛି। ତେଣୁ ଟିକା ନେବା ପରେ ଯଦି ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ, ତା’ହେଲେ କୌଣସି ଭାଇରସ ତାଙ୍କ ଶରୀରରେ ପ୍ରବେଶ କରିପାରିବ ନାହିଁ।

ସେହିପରି ଆରଟି-ପିସିଆର ପରୀକ୍ଷା ବେଳେ କରୋନାର ନୂଆ ଷ୍ଟ୍ରେନକୁ ଚିହ୍ନଟ କରାଯାଇପାରିବ। କିନ୍ତୁ ଏହା ଦ୍ରୁତ ଆଣ୍ଟିଜେନ ଟେଷ୍ଟ ବେଳେ ଧରା ପଡ଼ୁଛି କି ନାହିଁ, ତା’କୁ ମଧ୍ୟ ଦେଖିବାର ଅଛି।

The post କରୋନାର ନୂଆ ରୂପ ଭାରତର ଟିକାକରଣ ରଣନୀତିକୁ ପ୍ରଭାବିତ କରିବ କି? appeared first on Odisha Reporter.



from Odisha Reporter https://ift.tt/3mG4uub

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages