ଜିଏସଟି ଠକେଇ କରି ମାଲେମାଲ ହେଉଥିଲେ, ବନ୍ଧା ହେଲେ ୩ ଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଜିଏସଟି ଠକେଇ କରି ମାଲେମାଲ ହେଉଥିଲେ, ବନ୍ଧା ହେଲେ ୩ ଠକ

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଅନ୍ୟ ବ୍ୟକ୍ତିର ଡକ୍ୟୁମେଣ୍ଟ ବ୍ୟବହାର କରି ବେଧଡ଼କ ଚାଲିଥିଲା ବ୍ୟବସାୟିକ କାରବାର ।  ଯାହା ଫଳରେ ଟିକସ ବାବଦକୁ କୋଟି କୋଟି ଟଙ୍କାର ଠକେଇ କରାଯାଇପାରୁଥିଲା । ଏଭଳି ଜିଏସଟି ଠକେଇ କରି ମାଲେମାଲ ହେଉଥିବା ୩ ବ୍ୟକ୍ତିଙ୍କୁ ଚୌଦ୍ୱାରରୁ ଗିରଫ କରିଛି ଜି.ଏସ.ଟି ଏନଫୋର୍ସମେଣ୍ଟ ସ୍କାର୍ଡ ।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତି ଓ ରାଜୀବ ମିଶ୍ର । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସୋମବାର ବିଳମ୍ବିତ ରାତିରେ ହିଁ ଜେଏମଏଫସି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା  ।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ ଅଭିଯୁକ୍ତମାନେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମସ୍ତ ଡକ୍ୟୁମେଣ୍ଟ ଆଣି ଏହାର ଅପବ୍ୟବହାର କରି କରୁଥିଲେ  ଠକେଇ  । ବିନା କୌଣସି ଇନଭଏସରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାର ଚାଲିଥିଲା । ଏପରିକି କାରବାରରେ ଦର୍ଶାଯାଇଥିବା ନାଁରେ ସେଭଳି କୌଣସି କମ୍ପାନୀ କି କୌଣସି ବ୍ୟକ୍ତି ମଧ୍ୟ ନଥିବା ଜଣାପଡିଛି ।

ସଠିକ ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନା ନ କରିପାରିବାରୁ ୩ ଜଣଙ୍କୁ ଗିରଫ କରିଛି CT/ GSTର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ସେମାନଙ୍କ ଲିଙ୍କ୍ ବିଭିନ୍ନ ଲୋକଙ୍କ ସହିତ ଜଡିତ ରହିଛି । ତେଣୁ ଏହି ଠକେଇର ଚେର ବହୁତ ଲମ୍ବା ରହିଥିବା କହିଛନ୍ତି ସି.ଟି / ଜି.ଏସ.ଟିର ଯୁଗ୍ମ କମିଶନର ।

The post ଜିଏସଟି ଠକେଇ କରି ମାଲେମାଲ ହେଉଥିଲେ, ବନ୍ଧା ହେଲେ ୩ ଠକ appeared first on Odisha Reporter.



from Odisha Reporter https://ift.tt/3pfN09C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages