କୋଲକାତା: ଟିଏମସି ପାଇଁ ବଢ଼ୁଛି ଅଡ଼ୁଆ। ଦଳର ୯ରୁ ୧୦ ବିଧାୟକ ଖୁବଶୀଘ୍ର ପଦ ସହିତ ଦଳ ଛାଡ଼ିବେ ବୋଲି ଜଣାପଡ଼ିଛି। ଟିଏମସିର ଜଣେ ଲଢ଼ୁଆ ନେତା ଭାବରେ ପରିଚିତ ଥିବା ଶୁଭେନ୍ଦୁ ଅଧିକାରୀ ବଧାୟକ ପଦରୁ ଇସ୍ତଫା ଦେବା ପରେ ଏହି ସୂଚନା ମିଳିଛି। ଯାହାକି ଟିଏମସି ପାଇଁ ଚିନ୍ତାର ବିଷୟ। ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଟିଏମସି-ବିଜେପି ମଧ୍ୟରେ କ୍ଷମତା ଯୁଦ୍ଧ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ଲଢ଼େଇ।
ବିଧାନସଭା ନିର୍ବାଚନ ପାଇଁ ହାତରେ ଆହୁରି ୬ ମାସ ରହିଛି। ହେଲେ ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଟିଏମସି ନେତା, ବିଧାୟକ ଦଳ ଛାଡ଼ୁଛନ୍ତି। ମମତା ସରକାରରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ପ୍ରଥମେ ମନ୍ତ୍ରୀମଣ୍ଡଳ ଓ ଦଳରୁ ଇସ୍ତଫା ଦେଇଥିଲେ ପରେ ବିଧାୟକ ପଦରୁ ଡିସେମ୍ୱର ୧୬ ତାରିଖ ଦିନ ଇସ୍ତଫା ଦେଇଛନ୍ତି। ୧୯ ରୁ ୨୦ ତାରିଖ ଦିନ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଆସିବେ। ଏହି ସମୟରେ ଶୁଭେନ୍ଦୁ ପଦ୍ମ ପୋଖରୀରେ ବୁଡ଼ ପକାଇବେ ବୋଲି ଜଣାପଡ଼ିଛି।
ଗତକାଲି ଶୁଭେନ୍ଦୁ ବିଧାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ବର୍ଦ୍ଧମାନ ପୂର୍ବ ଲୋକସଭାର ସାଂସଦ ସୁନୀଲ ମଣ୍ଡଳ ଏବଂ ଆସାନସୋଲ ନଗରପାଳିକାର ମୁଖ୍ୟ ତଥା ଟିଏମସି ନେତା ଜିତେନ୍ଦ୍ର ତିଓ୍ୱାରୀ। ଦଳ କର୍ମୀଙ୍କ କଥା ଶୁଣୁନଥିବାରୁ ଜଣକ ପରେ ଜଣେ ଇସ୍ତଫା ଦେଉଛନ୍ତି ବୋଲି ଉଭୟ କହିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ନିଜ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଗତକାଲି ଶୁଭେନ୍ଦୁ ଅଧିକାରୀ ବିଜେପି ଯିବା ନେଇ ସମ୍ଭାବନା ବଢ଼ିବା ପରେ ମମତା ବାନାର୍ଜୀ କହିଥିଲେ ବିଜେପି ଟଙ୍କା ଦେଇ ନେତା କିଣୁଛନ୍ତି। ଟିଏମସି ବର ଗଛ। ଗୋଟିଏ ଦୁଇଟି ପତ୍ର ଝଡ଼ିଗଲେ କିଛି ବି ଫରକ ପଡ଼ିବନି।
The post ଦିଦିଙ୍କ ପାଇଁ ସତର୍କ ଘଣ୍ଟି, ୯ରୁ ୧୦ ବିଧାୟକ ଦେଇପାରନ୍ତି ଇସ୍ତଫା appeared first on Odisha Reporter.
from Odisha Reporter https://ift.tt/2IUxBfc
No comments:
Post a Comment