ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇଯାଉଛନ୍ତି କଅଁଳ ଶିଶୁ। ଆଉ ସେମାନେ ଘରକୁ ଫେରୁ ନାହାନ୍ତି। କିଏ ମାସ ମାସ ଧରି ନିଖୋଜ ହୋଇଯାଉଛି ତ ମିଳୁଛି କାହାର ମୃତଦେହ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସମ୍ବେଦନଶୀଳ ଘଟଣା ଘଟି ଚାଲିଥିବା ବେଳେ କେଉଁଠି ବି ଅଭିଯୁକ୍ତର ଟେର ପାଉନି ପୁଲିସ୍।
ପୂର୍ବରୁ ନୟାଗଡ଼ରୁ ୨ ଶିଶୁ କନ୍ୟା ନିଖୋଜ ହେବା ପରେ ସେମାନଙ୍କ ମୃତଦେହ ମିଳିଥିବା ବେଳେ ଏହାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ତୁମ୍ବି ତୋଫାନ। ସେହିପରି ନିଖୋଜର ଦୀର୍ଘ ଦିନ ପରେ ଯାଜପୁରର ଏକ ଶିଶୁ କନ୍ୟାର ପତ୍ତା ମିଳିପାରୁନି। ଏପରି ଅଭାବନୀୟ ଘଟଣା ଏବେ ଘଟିଛି ଢେଙ୍କାନାଳ ଜିଲ୍ଲାରେ।
ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ପାଇ ନ ଥିବା ବେଳେ ନିଖୋଜର ୧୨ ଘଣ୍ଟା ପରେ ଆଜି ସକାଳୁ ଏକ କୂଅରୁ ମିଳିଲା ଶିଶୁ ପୁତ୍ରର ମୃତଦେହ। ମୃତଦେହର ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଶିଶୁଟିର ଜେଜେମା ପାଖରେ ଉପସ୍ଥିତ ଥିଲେ ମଧ୍ୟ ସେ ପିଲାଟି ନିଖୋଜ ହେବା ନେଇ ଟେର ପାଇପାରି ନ ଥିଲେ।
କୂଅରୁ ଶିଶୁର ମୃତଦେହ ମିଳିବା ପରେ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଉକ୍ତ କୂଅ ନିକଟକୁ କିପରି କାଳିଆ ଗଲା, କିଏ ତାକୁ ମାରି ଫିଙ୍ଗି ଦେଇଛି ନା ସେ ନିଜେ କୂଅରେ ପଡ଼ି ଯାଇଥିଲା ତାହା ଜଣାପଡ଼ି ନାହିଁ । ତେବେ କାଳିଆ ମୁଣ୍ଡରେ କିପରି ଆଘାତ ଲାଗିଲା, ତାହା ନାନା ସନ୍ଦେହ ସୃଷ୍ଟି କରୁଛି।
The post ପୁଣି ଖେଳୁ ଖେଳୁ ଗାଏବ ହୋଇଗଲା ଶିଶୁ ପୁତ୍ର, କୂଅରୁ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3nqEUdO
No comments:
Post a Comment