ଦଳ ଛାଡ଼ିବାରୁ ପତ୍ନୀଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଲେ ବିଜେପି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଦଳ ଛାଡ଼ିବାରୁ ପତ୍ନୀଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଲେ ବିଜେପି ସାଂସଦ

କୋଲକାତା: ବିଜେପି ଛାଡ଼ି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେଇଥିବା ସୁଜାତା ମଣ୍ଡଳ ଖାନଙ୍କ ପାଖକୁ ଛାଡ଼ପତ୍ର ପାଇଁ ନୋଟିସ୍ ପଠାଇଛନ୍ତି ତାଙ୍କ ସ୍ୱାମୀ ତଥା ସାଂସଦ ସୌମିତ୍ର ଖାନ୍‌। ପଶ୍ଚିମବଙ୍ଗର ବିଷ୍ଣୁପୁର ଆସନରୁ ବିଜେପି ଟିକେଟ୍‌ରେ ଲୋକସଭାକୁ ଯାଇଥିବା ସୌମିତ୍ର ପ୍ରଥମେ ଟିଏମସିରେ ରହିଥିଲେ। ହେଲେ ୨୦୧୯ରେ ସେ ବିଜେପିକୁ ଆସି ନିର୍ବାଚନ ଲଢ଼ିଥିଲେ। ଏବେ ତାଙ୍କ ପତ୍ନୀ ଟିଏମସିରେ ଯୋଗଦେଇଥିବାରୁ ଏହା ତାଙ୍କୁ କ୍ଷୁବ୍ଧ କରିଛି।

ପୂର୍ବରୁ ଛାଡ଼ପତ୍ର ପାଇଁ ସୁଜାତାଙ୍କୁ ଧମକ ଦେଇଥିବା ସୌମିତ୍ର କହିଛନ୍ତି, “ମୁଁ ସୁଜାତାଙ୍କୁ ମୋ ସାଙ୍ଗିଆ ବ୍ୟବହାର ନ କରିବାକୁ ଅନୁରୋଧ କରୁଛି। ଆଜିଠାରୁ ମୁଁ ତାଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି। ତାଙ୍କ ପାଖକୁ ମୁଁ ଛାଡ଼ପତ୍ର ନୋଟିସ ମଧ୍ୟ ପଠାଇ ଦେଇଛି। ଏଥିସହ ମୁଁ ମିଡିଆକୁ ଅନୁରୋଧ କରୁଛି କି ସେମାନେ ସୁଜାତାଙ୍କ ନାଁ ଲେଖିବା ବେଳେ ମୋର ସରନେମ୍‌ ‘ଖାନ୍‌’ ବ୍ୟବହାର ନ କରନ୍ତୁ।”

ଅନ୍ୟପକ୍ଷରେ ସୁଜାତା କହିଛନ୍ତି, ବିଜେପିର କିଛି ଖଳ ଚରିତ୍ର ଲୋକଙ୍କ କଥାରେ ପଡ଼ି ସୌମିତ୍ର ଏଭଳି କରୁଛନ୍ତି। ଯେତେବେଳେ ରାଜନୀତି ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବ ସେତେବେଳେ ସମ୍ପର୍କରେ ତିକ୍ତତା ଦେଖାଯିବ। ବିଜେପିର କିଛି ଲୋକ ସୌମିତ୍ରଙ୍କୁ ମୋ ବିରୋଧରେ ଉସକାଇବାରେ ଲାଗିଛନ୍ତି।

ଯେଉଁ ଦଳ ଟ୍ରିପଲ ତଲକା ଉଚ୍ଛେଦ କରିଥିବା କଥା କହୁଛି, ସେହିଦଳ ସୌମିତ୍ରକୁ ମୋତେ ତୁରନ୍ତ ଛାଡ଼ପତ୍ର ଦିଅନ୍ତୁ ବୋଲି ପ୍ରବର୍ତ୍ତାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସୋମବାର ସୁଜାତା ମଣ୍ଡଳ ଖାନ ବିଜେପି ସହ ସବୁ ସମ୍ପର୍କଚ୍ଛିନ୍ନ କରି ଟିଏମସିରେ ସାମିଲ ହୋଇଥିଲେ। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସେ ବିଜେପି ଛାଡ଼ିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ୨୦୧୯ ଲୋକସଭା ନିର୍ବାଚନ ବେଳେ ସୁଜାତା ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ।

ତାଙ୍କ ସ୍ୱାମୀ ସୌମିତ୍ର ଖାନ୍ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ନିର୍ବାଚନମଣ୍ଡଳୀ ବିଷ୍ଣୁପୁରରେ ପ୍ରବେଶ କରିପାରି ନଥିଲେ। କିନ୍ତୁ ସୁଜାତା ନିଜ ସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲେ ଓ ଏଠାରେ ସୌମିତ୍ର ବିଜେପି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେଣୁ ପଶ୍ଚିମବଙ୍ଗ ରାଜନୀତିରେ ସୁଜାତାଙ୍କର ବେଶ ଦବଦବା ରହିଛି। ୨୦୧୪ରେ ସୌମିତ୍ର ଟିଏମସ ଟିକେଟରୁ ଲୋକସଭାକୁ ଯାଇଥିଲେ। ହେଲେ ସେ ୨୦୧୯ରେ ବିଜେପିରେ ଯୋଗଦେଇଥିଲେ।

The post ଦଳ ଛାଡ଼ିବାରୁ ପତ୍ନୀଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଲେ ବିଜେପି ସାଂସଦ appeared first on Odisha Reporter.



from Odisha Reporter https://ift.tt/37GZNf3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages