ପୁଣି ସଲମାନ-କ୍ୟାଟ୍ରିନା ଯୋଡି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ପୁଣି ସଲମାନ-କ୍ୟାଟ୍ରିନା ଯୋଡି!

ମୁମ୍ବାଇ: ପୁଣି ଏକାଠି ନଜର ଆସିବେ ବଲିଉଡର ଭାଇଜାନ ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏ ଦିହଁଙ୍କ ଯୋଡିକୁ ଦର୍ଶକେ ବଡ ପରଦାରେ ପୁଣିଥରେ ଦେଖିବାକୁ ପାଇବେ । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମ ‘ଏକ ଥା ଟାଇଗର’ର ତୃତୀୟ ପାର୍ଟ ‘ଟାଇଗର-୩’। ଏହି ଫିଲ୍ମରେ ସଲମାନ ଓ କ୍ୟାଟ୍ରିନାଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କ୍ୟାଟ୍ରିନା ଖୁବଶୀଘ୍ର ସଲମାନଙ୍କ ସହ ମିଶି ଟାଇଗର-୩ ଫିଲ୍ମର ଶୁଟିଂ କରିବେ । ଟାଇଗର୍‌-୩ର ପ୍ରଥମ ଭାଗର ଶୁଟିଂ ମୁମ୍ବାଇରେ ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହା ପରେ ଏହାର ଦ୍ୱିତୀୟ ଭାଗ ପୂର୍ବ କେନ୍ଦ୍ରୀୟ ଦେଶଗୁଡ଼ିକରେ ଶୁଟିଂ କରାଯିବ । ତୃତୀୟ ତଥ‌ା ଅନ୍ତିମ ପର୍ଯ୍ୟାୟ ସୁଟିଂ ମୁମ୍ବାଇରେ ଶେଷ ହେବ।  ତେବେ ଏହି ଫିଲ୍ମରେ ଖଳନାୟକ ଭୂମିକାରେ କିଏ ନଜର ଆସିବେ ସେ ନେଇ କିଛି ସୂଚନା ମିଳିନାହିଁ । ଫିଲ୍ମ ନିର୍ମାତା ଜଣେ ନୂଆ ମୁହଁକୁ ନେବା ପାଇଁ ଯୋଜନା କରୁଥିବା ଜଣାପଡିଛି । ସେହିପରି  ନିର୍ଦ୍ଦେଶକ ମନିଷ ଶର୍ମାଙ୍କ ନିର୍ଦ୍ଦେଶନା ‘ଟାଇଗର-୩’ ଫିଲ୍ମ ତିଆରି ହେବ। ତେବେ ଚଳଚ୍ଚିତ୍ରର ନାଁ ‘ଟାଇଗର୍‌-୩’ ନ ରହିପାରେ ବୋଲି ସୂଚନା ମିଳଛି ।

ସୂଚନା ଯୋଗ୍ୟ ଯେ, ବଲିଉଡ୍‌ ବ୍ୟୁଟି କ୍ୟାଟ୍ରିନା କୈଫ୍‌ ଏବେ ଏକ୍ସେଲ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ର ଆଗାମୀ ଚଳଚ୍ଚିତ୍ର ‘ଫୋନ୍‌ ଭୁତ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଈଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସେ ଗତ ସପ୍ତାହରୁ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଏହା ଆସନ୍ତା ଫେବ୍ରୁଆରି ସୁଦ୍ଧା ଶେଷ ହୋଇଯିବ ବୋଲି ଜଣାପଡ଼ିଛି। ଏହାପରେ ଆସନ୍ତ‌ା ବର୍ଷ ଜୁଲାଇ ଆଡ଼କୁ ସେ ଅଲ୍ଲୀଆବାସ ଜାଫର୍‌ଙ୍କ ‘ସୁପରଓମେନ୍‌’ ଚଳଚ୍ଚିତ୍ରରେ ନଜର ଆସିବେ। ସେହପରି ସଲମାନ ମଧ୍ୟ ତାଙ୍କ ଅପକମିଂ ଫିଲ୍ମ ଅନ୍ତିମ ଏବଂ ଶାହାରୁଖଙ୍କ ଫିଲ୍ମ ‘ପଠାନ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

The post ପୁଣି ସଲମାନ-କ୍ୟାଟ୍ରିନା ଯୋଡି! appeared first on Odisha Reporter.



from Odisha Reporter https://ift.tt/3mPCtAs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages