ନୂଆଦିଲ୍ଲୀ: କରୋନାର ନୂଆ ରୂପକୁ ଦେଖି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଡିସେମ୍ବର ୩୧ ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିବା ଭାରତ ସରକାର ଏବେ ଏହାକୁ ଜାନୁଆରୀ ୭ ଯାଏ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଆସନ୍ତା ୭ ତାରିଖ ଯାଏ ବ୍ରିଟେନ ସହ ବିମାନ ସେବା ବନ୍ଦ ରହିବ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ କରି କହିଛନ୍ତି, “ଜାନୁଆରୀ ୭ ଯାଏ ଅସ୍ଥାୟୀ ଭାବେ ବ୍ରିଟେନ ସହ ବିମାନ ସମ୍ପର୍କ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାପରେ କଡ଼ା ନିମୟ ଭିତରେ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ଖୁବଶୀଘ୍ର ଗାଇଡଲାଇନ ଜାରି କରାଯିବ।”
ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ଏହା ପୂର୍ବ କରୋନା ଭାଇରସ ତୁଳନାରେ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହି ନୂଆ ଷ୍ଟ୍ରେନ ଠାବ ହେଲାଣି।
ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ଶରୀରରେ ନୂଆ ଷ୍ଟ୍ରେନ ଠାବ ହେବା ପରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ସହ ବିମାନ ସମ୍ପର୍କଚ୍ଛିନ୍ନ କରିଛନ୍ତି।
The post ୭ ଯାଏ ବ୍ରିଟେନକୁ ବିମାନ ଉଡ଼ାଣ ମନା appeared first on Odisha Reporter.
from Odisha Reporter https://ift.tt/2MapLzk
No comments:
Post a Comment