ଆଖି ବୁଜିଲେ ବିଚାରାଧୀନ କଏଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ଆଖି ବୁଜିଲେ ବିଚାରାଧୀନ କଏଦୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):ଢେଙ୍କାନାଳ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କର ଗତରାତିରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ବିଚାରାଧୀନ କଏଦୀ ହେଲେ ସ୍ଥାନୀୟ ହରିପୁର ଅଞ୍ଚଳର ବ୍ରହ୍ମାନନ୍ଦ ଦେହୁରୀ ।

ବ୍ରହ୍ମାନନ୍ଦ ଏକ ହତ୍ୟା ମାମଲାର ବିଚାରାଧିନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା କାରାଗାରରେ ୨୦୧୩ ମସିହାରୁ ରହିଥିଲେ।  ପେଟରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହେବାରୁ ତାଙ୍କୁ ଗତ ରାତିରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ମୃତ ବ୍ରହ୍ମାନନ୍ଦଙ୍କ ପରିବାର ଲୋକଙ୍କ ମତାମତ ମିଳିପାରି ନାହିଁ।

The post ଆଖି ବୁଜିଲେ ବିଚାରାଧୀନ କଏଦୀ appeared first on Odisha Reporter.



from Odisha Reporter https://ift.tt/34Uw7JO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages