ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୩୨୬ରେ ଅଲ୍‌ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୩୨୬ରେ ଅଲ୍‌ଆଉଟ୍‌

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୨୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଏହା ସହିତ ଦଳ ପ୍ରଥମ ଇନିଂସ୍‌ ଅଷ୍ଟ୍ରେଲିଆ ଠାରୁ ୧୩୧ ରନ୍‌ରେ ଅଗ୍ରଣୀ ଲାଭ କରିଛି। ଭାରତର ପ୍ରଥମ ଇନିଂସ୍ ଶେଷ ହେବା ପରେ ଘରୋଇ ଦଳ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଛି।

ଗତକାଲି ବର୍ଷା ଯୋଗୁ ସମୟ ପୂର୍ବରୁ ଷ୍ଟମ୍ପ ଅପସାରଣ କରି ନିଆଯାଇଥିଲା। ସେତେବେଳକୁ ଦଳ ୫ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୦୪ ଓ ରବୀନ୍ଦ୍ର ଜାଡ଼େଜା ୪୦ ରନ୍ କରି ଅପରାଜିତ ରହିଥିଲେ। ଏଦୁହେଁ ଆଜି ତୃତୀୟ ଦିନରେ ପୁଣି ଇନିଂସକୁ ଆଗେଇ ନେବାକୁ ଆସିଥିଲେ। ହେଲେ ଅଧିକ ସମୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ। ଅଧିନାୟକ ରାହାଣେ ନିଜ ଖାତାରେ ଆଉ ମାତ୍ର ୮ ରନ୍ ଟୋଡ଼ି ଆଉଟ୍ ହୋଇଯାଇଥିଲେ। ସେ ୨୨୩ଟି ବଲ୍ରୁ ୧୨ଟି ଚୌକା ସହାୟତାରେ ୧୧୨ ରନ୍ କରିଥିଲେ। ସେ ରନ୍ ଆଉଟ୍ ହୋଇଯାଇଥିଲେ।

ସେହିପରି ଜାଡେଜା ତାଙ୍କ ଖାତାରେ ଆଉ ୧୭ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ୧୫୯ ବଲ୍ରେ ୩ ଚୌକା ସହାୟତାରେ ୫୭ ରନ୍ କରିଥିବା ବେଳେ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୪୨ଟି ବଲ୍ରୁ ୧୪ ରନ୍ କରି ଜୋଶ ହେଜେଲଉଡ୍ଙ୍କ ବଲ୍ରେ ନାଥନ ଲିୟନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଉମେଶ ଯାଦବ ମାତ୍ର ୧୯ଟି ବଲ୍ର ସମ୍ମୁଖୀନ ହୋଇ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ ବୁମ୍ରା ଖାତା ଖୋଲି ପାରି ନଥିଲେ। ସେ ଗୋଟିଏ ବଲ୍ର ସମ୍ମୁଖୀନ ହୋଇଥିଲେ ଓ ସେଥିରେ ଆଉଟ୍ ହୋଇଯାଇଥିଲେ।

ଏହି ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରନ୍ରେ ଆଉଟ୍ କରିବା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା। ତେବେ ଓପନର ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ୍ ହୋଇଯାଇଥିଲେ। ମ୍ୟାଚ୍ର ଦ୍ୱିତୀୟ ଦିନରେ ଶୁବମନ ଗିଲ୍ ୪୫ ରନ୍, ଚେତେଶ୍ୱର ପୂଜାରା ୧୭, ହନୁମା ବିହାରୀ ୨୧ ଓ ଋଷଭ ପନ୍ତ ୨୯ ରନ୍ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଓ ନାଥନ ଲିୟନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ୨ ଓ ଜୋଶ୍ ହେଜେଲ୍ଉଡ୍ ଗୋଟିଏ ୱିକେଟ୍ ନେଇଛନ୍ତି। ମିଚେଲ ୨୬ ଓଭର ପକାଇ ୭୮ ରନ୍ ଦେଇଥିବା ବେଳେ ପ୍ୟାଟ୍ କମିନ୍ସ ୨୭ ଓଭରରେ ୮୦ ରନ୍ ଦେଇଥିଲେ। ହେଜେଲଉଡ୍ ୨୩ ଓଭର ବୋଲିଂ କରି ୪୭ ରନ୍ ଦେଇଥଇବା ବେଳେ ନାଥନ ଲିୟନ ୨୭.୧ ଓଭରରେ ୭୨ ରନ୍ ଦେଇଥିଲେ। କ୍ୟାମେରନ ଗ୍ରୀନ ୧୨ ଓଭର ପକାଇ ୩୧ ରନ୍ ଦେଇଥିଲେ ଓ କୌଣସି ୱିକେଟ୍ ନେଇ ନଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା। ସେହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଦଳ ଘରୋଇ ଟିମ୍ ଠାରୁ ଅଗ୍ରଣୀ ଲାଭ କରିଥିଲେ ସୁଦ୍ଧା ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେହି ମ୍ୟାଚ୍ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଯାଇଥିଲା।

The post ଜାଡେଜାଙ୍କ ଅର୍ଦ୍ଧଶତକ, ଭାରତ ୩୨୬ରେ ଅଲ୍‌ଆଉଟ୍‌ appeared first on Odisha Reporter.



from Odisha Reporter https://ift.tt/38C7N0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages