ମାଛ ମରାକୁ ନେଇ ବୋମାମାଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ମାଛ ମରାକୁ ନେଇ ବୋମାମାଡ

ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ମାଛ ମରାକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ ହୋଇଛି। ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ ଏଭଳି ଘଟଣା ଘଟିଛି । ଏଥିରେ ୨ଜଣ ଆହତ ହୋଇଛି। ସେମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୟା ନଦୀ କୂଳରେ ମାଛ ଧରାକୁ କେନ୍ଦ୍ରକରି  ଜାଗୁଳାଇପଦର ଓ ନଈକୂଳପାଟଣା ଗାଁ ଲୋକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ପରିସ୍ଥିତି ଏପରି ଉପୁଜିଥିଲା ଯେ ଗଣ୍ଡଗୋଳରୁ ବୋମାମାଡ ଯାଏଁ କଥା ପହଞ୍ଚିଥିଲା। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନରେ ଭର୍ତ୍ତି କରିଛି। ସେପଟେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଗଡିଶାଗଦା ଥାନାଧିକାରୀ ଏବଂ ୨ ସେକ୍ସନ ପୁଲିସ ମୁତୟନ ଅଛନ୍ତି।

The post ମାଛ ମରାକୁ ନେଇ ବୋମାମାଡ appeared first on Odisha Reporter.



from Odisha Reporter https://ift.tt/2KDbCue

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages