ଅକ୍ସଫୋର୍ଡ ଟିକା ନେଲେ ଦେଖା ଯାଉଛି ୩ଟି ପାର୍ଶ୍ୱପ୍ରତିକ୍ରିୟା, କିନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ଅକ୍ସଫୋର୍ଡ ଟିକା ନେଲେ ଦେଖା ଯାଉଛି ୩ଟି ପାର୍ଶ୍ୱପ୍ରତିକ୍ରିୟା, କିନ୍ତୁ..

ଲଣ୍ଡନ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ଟ୍ରାଏଲ ଏବେ ବିଭିନ୍ନ ଦେଶରେ ଚାଲିଛି। ଏସବୁ ଭିତରେ ଟ୍ରାଏଲ ବେଳର ରିପୋର୍ଟ ସାମ୍ନାକୁ ଆସିଛି। ଲାନସେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅକ୍ସଫୋର୍ଡ ଟିକା ନେଉଥିବା ଲୋକଙ୍କ ଶରୀରରେ ୩ଟି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳୁଛି। ସେହିପରି ସବୁ ଲୋକଙ୍କ ଶରୀରେ ଏଭଳି ଲକ୍ଷଣ ଦେଖାଯାଉନାହିଁ। ଟିକା ନେଇଥିବା ୨୪ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ ଶରୀରରେ ଏଭଳି ଲକ୍ଷଣ ଚିହ୍ନଟ ହୋଇଛି।

ଟିକାର ପାର୍ଶ୍ୱପ୍ରତିକ୍ରିୟା ଦେଖା ଯାଇଥିଲେ ହେଁ କାହାକୁ ହସ୍ପିଟାଲ ଯିବାକୁ ପଡ଼ିନି କିମ୍ବା ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇନାହିଁ। ସେହିପରି ଲକ୍ଷଣହୀନ କରୋନା ସଂକ୍ରମିତଙ୍କ ଠାରୁ ଭାଇରସ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରକୁ ଯିବା ପୂର୍ବରୁ ଏହାକୁ ଅକ୍ସଫୋର୍ଡ ଟିକା ୨୭% ରୋକିବାରେ ସଫଳ ମଧ୍ୟ ହେଉଥିବା ରିପୋର୍ଟରେ କୁହାଯାଇଛି।

ବିଶ୍ୱରେ ଚାଲିଥିବା ଏକାଧିକ କରୋନା ଟିକା ମଧ୍ୟରୁ ପ୍ରଥମଥର ପାଇଁ ଅକ୍ସଫୋର୍ଡ ଟିକାର ଫେଜ୍‌-୩ ଟ୍ରାଏଲ ସମ୍ପର୍କରେ ଏଭଳି ବସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଉତ୍ସାହ ଜନକ ଥିବାରୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱର ବିଭିନ୍ନ ଦେଶର ସରକାରଙ୍କୁ ଏହାର ବ୍ୟବହାର ପାଇଁ ଅନୁମତି ମାଗିଛି। ସେହିପରି ଚଳିତ ସପ୍ତାହରେ ବ୍ରିଟେନ ସରକାର ଟିକାକୁ ବ୍ୟବହାର ପାଇଁ ଅନୁମୋଦନ ଦେବାର ସମ୍ଭାବନା ବି ରହିଛି।

ଲାନସେଟ୍‌ ରିପୋର୍ଟରେ କୁହାଯାଇଛି ଯେ ବ୍ରିଟେନ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ୨୩୭୪୫ ଜଣ ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାରେ ସାମିଲ କରାଯାଇଥିଲା। ପରୀକ୍ଷା ବେଳେ କଣ୍ଟ୍ରୋଲ ଗ୍ରୁପର ଲୋକଙ୍କୁ କଣ୍ଟ୍ରୋଲ ଟିକା(ଏହା କୋଭିଡ-୧୯ ଟିକା ନୁହେଁ) ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲା ଓ ଜଣଙ୍କର ମୃତ୍ୟୁ ଘଟିଛି।

ବ୍ରିଟେନ ଓ ବ୍ରାଜିଲ ଟ୍ରାଏଲରେ ସାମିଲ ହୋଇଥିବା ୧୧,୬୩୬ ଜଣଙ୍କ ମଧ୍ୟରୁ ୧୩୧ ଜଣ ଲକ୍ଷଣଯୁକ୍ତ କରୋନାରେ ଆକ୍ରାନ୍ତ ଥିଲେ। ଟିକାର ଦୁଇଟି ପୂର୍ଣ୍ଣ ଡୋଜ୍‌ ନେଲେ, ଏହା କରୋନା ଉପରେ ୬୨% ପ୍ରଭାବ ଦେଖାଇ ପାରୁଛି। ସେହିପରି ଜଣେ ବ୍ୟକ୍ତି ଯଦି ପ୍ରଥମେ ହାଫ ଡୋଜ ଓ ପରେ ପୂର୍ଣ୍ଣ ଡୋଜ୍‌ ନେଉଛି, ତା’ହେଲେ କରୋନା ଉପରେ ଏହାର ପ୍ରଭାବ ୯୦% ଦେଖିବାକୁ ମିଳୁଛି।

୨୩,୭୪୫ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିଲା। କଣ୍ଟ୍ରୋଲ ଗ୍ରୁପ ଟିକା ନେଇଥିବା ଜଣେ ବ୍ୟକ୍ତି haemolytic anaemiaରେ ପଡ଼ିଥିଲେ। ସେହିପରି କରୋନା ଟିକା ନେଇଥିବା ଆଉ ଜଣେ ବ୍ୟକ୍ତିଙ୍କ ଶରୀରରେ transverse myelitis ମାମଲା ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକାର ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବଳ ଜ୍ୱର ଚିହ୍ନଟ ହୋଇଥିଲା। କିନ୍ତୁ ସେ କେଉଁ ଟିକା ନେଇଥିଲେ, ସେକଥା କୁହାଯାଇନାହିଁ। ଲକ୍ଷଣ ଦେଖାଯିବା ପରେ ସମସ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ସମସ୍ତେ ସୁସ୍ଥ ହୋଇ ହେବା ପରେ ପୁଣିଥରେ ଟ୍ରାଏଲରେ ସାମିଲ ହୋଇଛନ୍ତି।

The post ଅକ୍ସଫୋର୍ଡ ଟିକା ନେଲେ ଦେଖା ଯାଉଛି ୩ଟି ପାର୍ଶ୍ୱପ୍ରତିକ୍ରିୟା, କିନ୍ତୁ.. appeared first on Odisha Reporter.



from Odisha Reporter https://ift.tt/39Yb6RJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages