ହନୁମାନ ମନ୍ଦିର ପାଇଁ ଜମି ଦାନ କଲେ ମୁସଲିମ୍ ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ହନୁମାନ ମନ୍ଦିର ପାଇଁ ଜମି ଦାନ କଲେ ମୁସଲିମ୍ ବ୍ୟକ୍ତି

ସାରା ଦୁନିଆରେ ଭାରତ ଏଭଳି ଏକ ଦେଶ, ଯେଉଁଠାରେ ସମସ୍ତେ ପରସ୍ପରକୁ ଭଲପାଇବା ବାଣ୍ଟନ୍ତି। ପ୍ରତିଟି ବ୍ୟକ୍ତି ଅନ୍ୟ ଧର୍ମକୁ ସମ୍ମାନ କରନ୍ତି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ, ଯେଉଁଠି ଜଣେ ମୁସଲିମ୍ ବ୍ୟକ୍ତି ଧର୍ମ କଥା ଚିନ୍ତା ନକରି ନିଜ ଜାଗାକୁ ହନୁମାନ ମନ୍ଦିର ପାଇଁ ଦାନ କରିଦେଇଛନ୍ତି। ସେହି ମୁସଲିମ ବ୍ୟକ୍ତି ଜଣକ ହେଉଛନ୍ତି ଏଚଏମଜି ବାଶା, ଯାହାଙ୍କର ବୟସ ୬୫। ସେ ହନୁମାନ ମନ୍ଦିରର ପୁନନିର୍ମାଣ ପାଇଁ ଦେଢ଼ ଗୁଣ୍ଠ ଜମି ଦାମ କରିଦେଇଛନ୍ତି, ଯାହାର ମୂଲ୍ୟ ପାଖାପାଖି ୮୦ଲକ୍ଷରୁ ୧କୋଟି ଟଙ୍କା ହେବ। ସେ ମନ୍ଦିର ପାଇଁ ନିଜ ଜମିକୁ ଦାନ କରି ଅନେକ ଲୋକଙ୍କ ହୃଦୟ ଜିଣିଛନ୍ତି।

ଡେକାନ ହେରାଲ୍ଡର ରିପୋର୍ଟ ମୁତାବକ, ବେଙ୍ଗାଲୁରୁର କାଡୁଗୋଡିରେ ବେଲାଥୁରରେ ବାଶାଙ୍କ ପରିବାର ରୁହନ୍ତି। ବାଲାଗେରେପୁରାରେ ଏକ ଛୋଟିଆ ହନୁମାନ ମନ୍ଦିର ପାଖରେ ତାଙ୍କ ପରିବାରର ୩ ଏକରରୁ ଅଧିକ ଜମି ରହିଛି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏହି ମନ୍ଦିର ରହିଥିବା ବୋଲି କୁହାଯାଉଛି। ବାଶାଙ୍କୁ ଅନୁଭୂତ ହେଲା ଯେ ମନ୍ଦିରରେ ଜାଗା କମ୍ ଅଛି ଏବଂ ଏହି କାରଣରୁ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଅନେକ ସମମ୍ୟାର ସାମ୍ନା କରିବାକୁ ପଡ଼ୁଛି। ଯାହା ପରେ ସେ ନିଜର ଜାଗାକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ନେଇ ବାଶା କହିଛନ୍ତି, ଗାଁ ଲୋକେ ମନ୍ଦିରର ପୁନନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ, କିନ୍ତୁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଜାଗା ନଥିଲା। ଯେତେବେଳେ ମୋ କାନରେ ଏ କଥା ପଡ଼ିଲା, ମୁଁ ଆମର ୩ ଏକର ମଧ୍ୟରୁ ଦେଢ଼ ଗୁଣ୍ଠ ଜାଗା ଦାନ କରିବାକୁ ନିଷ୍ପତ୍ତି ନେଲି। ଏଥିପାଇଁ ମୋ ପରିବାରର ସମର୍ଥନ ମଧ୍ୟ ମିଳିଥିଲା।

ବାଶା ଆହୁରି କହିଛନ୍ତି, ‘ଆଜି ଆମେ ଅଛୁ, କାଲି ଆମେ ନଥିବୁ। ଆମର ଜୀବନ ଅନିଶ୍ଚିତତାରେ ଭରପୂର। ଏଭଳି ସ୍ଥିତିରେ ପରସ୍ପର ବିରୋଧରେ ଘୃଣାଭାବ ରଖିକି କ’ଣ ମିଳିବ।’ ବାଶାଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏପରିକି ଗାଁ ଲୋକେ ମଧ୍ୟ ବାଶାଙ୍କର ଏହି ମହତ କାମ ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ପୋଷ୍ଟର ଲଗାଇଛନ୍ତି। ବାଶା ଭଳି ଲୋକେ ହିଁ ଭାରତ ନିର୍ମାଣରେ ସହାୟକ ହୋଇଥାନ୍ତି।

The post ହନୁମାନ ମନ୍ଦିର ପାଇଁ ଜମି ଦାନ କଲେ ମୁସଲିମ୍ ବ୍ୟକ୍ତି appeared first on Odisha Reporter.



from Odisha Reporter https://ift.tt/3ncDPWZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages