ଗଛରେ ପିଟି ହୋଇ ୧୦ ଫୁଟ୍ ତଳେ ପଡ଼ିଲା ବୋଲେରୋ: ୪ ମୃତ, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 30, 2020

ଗଛରେ ପିଟି ହୋଇ ୧୦ ଫୁଟ୍ ତଳେ ପଡ଼ିଲା ବୋଲେରୋ: ୪ ମୃତ, ୪ ଗୁରୁତର

କେନ୍ଦୁଝର (ପ୍ରଣୟ ପାଣି): ଗଛରେ ପିଟି ହୋଇ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିଲା ବୋଲେରୋ। ଚାଲିଗଲା ଚାରି ଜଣଙ୍କ ଜୀବନ। ଆଉ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ସୋମଗିରି ନିକଟରେ ଘଟିଛି ଏହି ଦୁର୍ଘଟଣା।

ମୃତାହତମାନେ ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର ଟେଣ୍ଟପଶି ଗାଁର। ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ ଯାଉଥିବା ବେଳେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

ପଣ୍ଡାପଡ଼ା ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ଆଉ ଜଣଙ୍କର ହାତ ଭାଙ୍ଗିଛି। ସେହିଭଳି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆହତମାନେ ହେଲେ ମାଟା ନାଏକ, ସୁରେନ୍ଦ୍ର ମାରାଣ୍ଡି , ରେବତୀ ରାଜ ଓ ଏସ. କେ କମର। କିନ୍ତୁ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି। ସେ ଧରାପଡ଼ିଲେ କେମିତି ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଦ୍ରୁତ ଗତିରେ ଯାଉଥିବା ଯୋଗୁ ଅବା ବିଳମ୍ବିତ ରାତିରେ ଡ୍ରାଇଭରର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

The post ଗଛରେ ପିଟି ହୋଇ ୧୦ ଫୁଟ୍ ତଳେ ପଡ଼ିଲା ବୋଲେରୋ: ୪ ମୃତ, ୪ ଗୁରୁତର appeared first on Odisha Reporter.



from Odisha Reporter https://ift.tt/38LWxOY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages