ମୁମ୍ବାଇ: ଗୋଟିଏ ଜାଗାରେ ଏକାଠି ହେଲେ ସାଉଥ ସୁପର ଷ୍ଟାର ଧନୁଷ, ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ସାରା ଅଲ୍ଲି ଖାନ। ଏମାନେ ସମସ୍ତେ ଏକାଠି ହୋଇ ଦିଲ୍ଲୀର ଏକ ସଡକରେ ନାଚିଛନ୍ତି। ଏହି ତିନି ଜଣକ ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ପ୍ରକୃତରେ ଏହା ହେଉଛି ଅପକମିଂ ଫିଲ୍ମ ‘ଅତରଙ୍ଗୀ ରେ’ର ଶୁଟିଂ ସେଟର ଭିଡିଓ। ଦିଲ୍ଲୀ ଏବଂ ଆଗ୍ରାରେ ଫିଲ୍ମର ଲାଷ୍ଟ ସିନର ଶୁଟିଂ ଚାଲିଛି। ଶୁଟିଂ ବେଳର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସାରା, ଅକ୍ଷୟ ଓ ଧନୁଷ ଏକାଠି ଗୋଟଏ ଗୀତ ପାଇଁ ନାଚୁଥିବା ଦେଖିବାକୁ ମିଳିଛି। ସମସ୍ତେ କଲର ଫୁଲ ଡ୍ରେସ ମଧ୍ୟ ପିନ୍ଧିଛନ୍ତି।
View this post on Instagram
ସୂଚନା ଯୋଗ୍ୟ ଯେ, ଖୁବଶୀଘ୍ର ଏହି ଫିଲ୍ମର ଶୁଟିଂ ଶେଷ ହେବ। ନିକଟରେ ହିଁ ସାଉଥ ଷ୍ଟାର ଧନୁଷ ଏହି ଫିଲ୍ମ ପାଇଁ ନିଜର ଶୁଟିଂ ପୁରା କରିଛନ୍ତି। ଏହାପରେ ପୁରା କ୍ରୁ ମେମ୍ବରଙ୍କ ସହ ମିଶି କେକ୍ କାଟି ସେଲିବ୍ରେସନ କରିଥିଲେ। ଏହି ସେଲିବ୍ରେସର ଫଟୋକୁ ନିର୍ଦ୍ଦେଶକ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଥିଲେ।
ଗତ ମାର୍ଚ୍ଚ ମାସରେ ବାରାଣସୀରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା। କିନ୍ତୁ କରୋନା ଏବଂ ଲକଡାଉନ ଯୋଗୁଁ ଫିଲ୍ମର ଶୁଟିଂ ଅଧାରେ ଅଟକି ଯାଇଥିଲା। ଅନଲକ ପରେ ଏବେ ପୁଣି ଥରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ତେବେ ଫିଲ୍ମଟି କେବେ ରିଲିଜ ହେବ ସେ ନେଇ କୌଣସି ସୂଚନା ନାହିଁ।
ସୂଚନା ଯୋଗ୍ୟ ଯେ, ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶନେରେ ତିଆରି ଫିଲ୍ମ ‘ଅତରଙ୍ଗୀ ରେ’ର ଲିଡ୍ ରୋଲରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ ସାଉଥ ଷ୍ଟାର ଧନୁଷ ଅଛନ୍ତି। ତାଙ୍କ ଅପୋଜିଟରେ ସାରା ଅଲ୍ଲି ଖାନ ଅଛନ୍ତି। ଏଥିରେ ସାରାଙ୍କ ଡବଲ ରୋଲ ଦେଖିବାକୁ ମିଳିବ। ସେହିପରି ପ୍ରଥମ କରି ଧନୁଷ ଏବଂ ଅକ୍ଷୟଙ୍କ ଯୋଡିକୁ ଲୋକେ ବଡ ପରଦାରେ ଦେଖିବେ। ଏଥିପାଇଁ ସମସ୍ତେ ଏହି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି।
The post ଏକାଠି ନାଚିଲେ ଧନୁଷ, ଅକ୍ଷୟ ଓ ସାରା appeared first on Odisha Reporter.
from Odisha Reporter https://ift.tt/3pGn0o7
No comments:
Post a Comment