ଲଣ୍ଡନ: ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ରୂପ ଏବେ ନର୍ଦନ ଆର୍ୟଲ୍ୟାଣ୍ଡ ଓ ଇସ୍ରାଏଲରେ ପହଞ୍ଚି ଯାଇଛି। ଏହି ଦୁଇ ଦେଶରେ କରୋନାର ନୂଆ ଷ୍ଟ୍ରେନ ଦ୍ୱାରା ଲୋକମାନେ ସଂକ୍ରମିତ ହେବାରୁ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ବ୍ରିଟେନରେ ପ୍ରଥମେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିଲା। ଏହା ପୂର୍ବାପେକ୍ଷା ଦ୍ରୁତଗତିରେ ସଂକ୍ରମଣ କରୁଥିବାରୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏଥିପାଇଁ ଏକାଧିକ ଦେଶ ବ୍ରିଟେନକୁ ଓ ବ୍ରିଟେନରୁ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ତଥାପି ଆର୍ୟଲ୍ୟାଣ୍ଡ ଓ ଇସ୍ରାଏଲରେ ନୂଆ ଷ୍ଟ୍ରେନରେ ଲୋକମାନେ ଆକ୍ରାନ୍ତ ହେବା ଆରମ୍ଭ କରିଛନ୍ତି। ସେହିପରି କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ନେଇ ବ୍ରିଟେନ ଚିନ୍ତାରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଲିଙ୍କରେ ଆଉ ଗୋଟିଏ ରୂପରେ କରୋନା ଭାଇରସ ଚିହ୍ନଟ ହୋଇଛି।
ବ୍ରିଟେନ ସରକାର ବୁଧବାର ଦୁଇ ଜଣଙ୍କ ଶରୀରରେ କରୋନାର ତୃତୀୟ ରୂପକୁ ଠାବ କରିଛନ୍ତି। ଦ୍ୱିତୀୟ ଷ୍ଟ୍ରେନ ପରି ତୃତୀୟ ଷ୍ଟ୍ରେନ ମଧ୍ୟ ମାରାତ୍ମକ ଓ ଦ୍ରୁତଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରୁଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ପକ୍ଷରୁ ଦକ୍ଷିଣ ଆଫ୍ରିକାକୁ ବିମାନ ସେବା ବନ୍ଦ କରି ଦିଆଯାଇଛି।
ବୁଧବାର ନର୍ଦଦ ଆର୍ୟଲ୍ୟାଣ୍ଡରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ପରୀକ୍ଷା ପରେ ବ୍ରିଟେନରେ ଦେଖାଯାଉଥିବା ଷ୍ଟ୍ରେନ ଦ୍ୱାରା ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି।
ଇସ୍ରାଏଲରେ ମଧ୍ୟ ୪ ଜଣଙ୍କ ଶରୀରରେ କରୋନାର ନୂଆ ରୂପ ଠାବ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ନିକଟରେ ଇଂଲଣ୍ଡରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ତେବେ ୪ ର୍ଥ ବ୍ୟକ୍ତି ଜଣଙ୍କ କେମିତି କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଲେ, ସେକଥା ଜଣାପଡ଼ିନାହିଁ।
The post ବ୍ରିଟେନରୁ ଆଉ ଦୁଇଟି ଦେଶକୁ ଡେଇଁଲା କରୋନାର ନୂଆ ଷ୍ଟ୍ରେନ appeared first on Odisha Reporter.
from Odisha Reporter https://ift.tt/3mNrg32
No comments:
Post a Comment