ଟ୍ୟୁସନ ଯାଉଥିବା ବେଳେ ପିଲାଙ୍କ ଉପରେ ମାଡ଼ି ଗଲା ଟ୍ରକ, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ଟ୍ୟୁସନ ଯାଉଥିବା ବେଳେ ପିଲାଙ୍କ ଉପରେ ମାଡ଼ି ଗଲା ଟ୍ରକ, ୨ ମୃତ

ମାହୋବା: ଉତ୍ତର ପ୍ରଦେଶର ମାହୋବାରେ ଆଜି ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟୁସନ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍‌ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ଆଉ ୧୦ ଜଣ ଶିକ୍ଷାର୍ଥୀ ଆହତ ହୋଇଛନ୍ତି।

ଆଜି ସକାଳୁ ୧୨ ଜଣ ଛାତ୍ରଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ କୋଚିଂ ସେଣ୍ଟରକୁ ଯାଉଥିଲେ। ତେବେ କୁଲପହର କୋଟୱାଲି ଅନ୍ତର୍ଗତ ସୁଗିରା ଗାଁ ନିକଟରେ ପଛପଟୁ ଆସୁଥିବା ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ସ୍ଥାନୀୟ ଲୋକମାନେ ହସ୍ପିଟାଲ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ସେହିପରି କ୍ଷତିପୂରଣ ଦାବିରେ ଗାଁ ଲୋକ ରାସ୍ତା ରୋକ କରିଛନ୍ତି।

The post ଟ୍ୟୁସନ ଯାଉଥିବା ବେଳେ ପିଲାଙ୍କ ଉପରେ ମାଡ଼ି ଗଲା ଟ୍ରକ, ୨ ମୃତ appeared first on Odisha Reporter.



from Odisha Reporter https://ift.tt/3rqF0oc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages