ଜିମ୍ ଯିବା ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍ ଥିଲା, କିନ୍ତୁ ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ଜିମ୍ ଯିବା ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍ ଥିଲା, କିନ୍ତୁ ତା’ପରେ…

ମୁମ୍ବାଇ: ଜଣାଶୁଣା କୋରିଓଗ୍ରାଫର ଓ ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କୁ ଡିସେମ୍ବର ୧୧ ତାରିଖରେ ହୃଦଘାତ ହୋଇଥିଲା। ଯାହା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ହସ୍ପିଟାଲରେ ହିଁ ରେମୋଙ୍କ ଚିକିତ୍ସା ଚାଲିଥିବା ଏବଂ ଡିସେମ୍ବର ୧୯ ତାରିଖରେ ସେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ବର୍ତ୍ତମାନ ରେମୋ ପରିବାର ସହ ଅଛନ୍ତି ଏବଂ ସୁସ୍ଥ ମଧ୍ୟ ଅଛନ୍ତି। ଯେଉଁଦିନ ରେମୋଙ୍କୁ ହୃଦଘାତ ହୋଇଥିଲା, ସେଦିନର ମୁହୂର୍ତ୍ତକୁ ସେ ମନେ ପକାଇଛନ୍ତି।

ଏକ ସାକ୍ଷାତକାରରେ ରେମୋ ସେଦିନର କଥାକୁ ମନେ ପକାଇ କହିଛନ୍ତି, ପ୍ରତିଦିନ ଭଳି ସବୁକିଛି ଠିକଠାକ୍ ଚାଲିଥିଲା। ମୁଁ ଟିଫିନ୍ କରିବା ପରେ ଜିମ୍ ଗଲି। ମୋ ପତ୍ନୀ ଲିଜେଲ୍ ଓ ମୋର ଟ୍ରେନର ହେଉଛନ୍ତି ଜଣେ। ଜିମରେ ଟ୍ରେନର ଲିଜେଲଙ୍କୁ ଟ୍ରେନିଂ ଦେଉଥିଲେ, ମୁଁ ନିଜ ପାଳିକୁ ଅପେକ୍ଷା କରିଥିଲି। ଏହା ମଧ୍ୟରେ ମୁଁ ଟ୍ରେଡମିଲରେ ଦ୍ରୁତ ଗତିରେ ଚାଲିବାକୁ ଲାଗିଲି ଏବଂ ଫୋମ୍ ରୋଲର୍ ମଧ୍ୟ କଲି।

ଏହା ପରେ ଯେତେବେଳେ ମୋ ନମ୍ବର ଆସିଲା, ମୁଁ ହଠାତ୍ ଉଠି ପଡ଼ିଲି। କିନ୍ତୁ ସେହି ସମୟରେ ମୋ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭୂତ କଲି। ପ୍ରଥମେ ମୋତେ ଲାଗିଲା ଏହା ଏସିଡିଟି କାରଣରୁ ହୋଇଥାଇପାରେ। ଏହା ପରେ ମୁଁ ପାଣି ପିଇଲି, କିନ୍ତୁ ଯନ୍ତ୍ରଣା ତଥାପି କମିନଥିଲା। ଏହା ପରେ ମୁଁ ଟ୍ରେନରଙ୍କୁ କହିଲି ଯେ ଆଜି ଆଉ ଟ୍ରେନିଂ କରିବାନି।

କିଛି ସମୟ ପରେ ମୁଁ ହସ୍ପିଟାଲ ଗଲି, ଯେଉଁଠାରେ ଡାକ୍ତର କହିଲେ ଏହା ଏକ ମେଜର ହାର୍ଟ ଆଟାକ୍। ଡାକ୍ତର କହିଲେ ଯେ ମୋ ଡାହାଣ ଧମନୀରେ ୧୦୦ ପ୍ରତିଶତ ବ୍ଲକେଜ୍ ଥିଲା। ସାଧାରଣତଃ ଜଣେ ମଣିଷର ହୃଦୟ ୫୫ ପ୍ରତିଶତ କାମ କରିଥାଏ। ହେଲେ ଯେତେବେଳେ ମୋତେ ହସ୍ପିଟାଲ ନିଆଗଲା, ମୋ ହାର୍ଟ ମାତ୍ର ୨୫ ପ୍ରତିଶତ କାମ କରୁଥିଲା। ବହୁତ ଲୋକେ ଭାବନ୍ତି ଯେ ମୁଁ ଷ୍ଟେରୋଏଡ୍ ନିଏ, ଯାହା ଆଦୌ ସତ୍ୟ ନୁହେଁ। ମୁଁ ଏକ ନ୍ୟାଚୁରାଲ୍ ବଡିରେ ବିଶ୍ୱାସ ରଖେ।

ସୂଚନାଯୋଗ୍ୟ, କୋରିଓଗ୍ରାଫର ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ରେମୋ ଏକାଧିକ ଡାନ୍ସ ଶୋ’ରେ ଜଜ୍ ଭୂମିକା ତୁଲାଇଛନ୍ତି। କିନ୍ତୁ ସମୟ ବଦଳିବା ସହ ସେ ଫିଲ୍ମ ନିର୍ଦ୍ଦେଶନାରେ ପାଦ ଥାପିଥିଲେ ଏବଂ ଏଥିରେ ସଫଳ ମଧ୍ୟ ହେଲେ। ସେ ଡାନ୍ସକୁ ନେଇ ଆଧାରିତ ABCD, ABCD 2, ଷ୍ଟ୍ରୀଟ୍ ଡାନ୍ସର ଓ ସଲମାନ୍ ଖାନଙ୍କ ଅଭିନୀତ ‘ରେସ୍ ୩’ର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

The post ଜିମ୍ ଯିବା ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍ ଥିଲା, କିନ୍ତୁ ତା’ପରେ… appeared first on Odisha Reporter.



from Odisha Reporter https://ift.tt/3pBUqUI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages