ନୂଆ ବର୍ଷଟି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କେମିତି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 31, 2020

ନୂଆ ବର୍ଷଟି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କେମିତି ରହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅତୀତ ହୋଇଯାଇଛି ଦୁଃଖ ଦୁର୍ଦ୍ଦଶାର ବର୍ଷ ୨୦୨୦। ଆସିଛି ଆଉ ଏକ ବର୍ଷ। ସାଧାରଣତଃ ନୂଆ ବର୍ଷଟିଏ ଆସିବାମାତ୍ରେ ପୂରା ବର୍ଷଟି କେମିତି କଟିବ, ତାହା ଜାଣିବା ପାଇଁ ସମସ୍ତେ ଉତ୍ସୁକ ଥା’ନ୍ତି। କିନ୍ତୁ ତା’ସହିତ ରାଜ୍ୟ, ଦେଶ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟରେ କ’ଣ ଅଛି, ସେ ବିଷୟରେ ଜାଣିବା ପାଇଁ ବି ଲୋକେ ଆଗ୍ରହ ରଖନ୍ତି। ତା’ହେଲେ ନୂଆ ବର୍ଷ ୨୦୨୧ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କେମିତି ରହିବ, ସେ ସଂପର୍କରେ କହିଛନ୍ତି ଜ୍ୟୋତିର୍ବିଦ ପବିତ୍ର ମହାପାତ୍ର।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରାଧା ନକ୍ଷତ୍ର ଓ ବିଛା ରାଶିରେ ଜନ୍ମ ହୋଇଛନ୍ତି। ୨୦୨୧ ମସିହା ତାଙ୍କ ପାଇଁ ସୁଖମୟ ହେବ। ବିରୋଧୀ ଦଳଗୁଡ଼ିକର କାର୍ଯ୍ୟ ହଟଚମଟ ସୃଷ୍ଟି କରିବ। ତେବେ ଅନେକ ସମାଲୋଚନା ହେଲେ ମଧ୍ୟ ଦଳରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ବଜାୟ ରହିବ। ଦେଶରେ ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରିବେ ଓ ତା’ସହିତ ଦଳକୁ ଦୃଢ଼ କରିବେ।

ସେହିପରି ଜ୍ୟୋତିର୍ବିଦ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ସଂପର୍କରେ ମଧ୍ୟ ଆକଳନ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଦ୍ରା ନକ୍ଷତ୍ର ଓ ମିଥୁନ ରାଶିରେ ଜନ୍ମ ହୋଇଛନ୍ତି। ଚଳିତ ବର୍ଷଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଙ୍ଗଳମୟ ହେବ। ବିରୋଧୀ ଦଳମାନଙ୍କର ସମାଲୋଚନା ଓ ଦଳମଧ୍ୟରେ କଳହ କିଛି ପରିମାଣରେ ତାଙ୍କ ମନରେ ଆଶଙ୍କା ସୃଷ୍ଟି କରିବ। ତେବେ ସେ ଦଳକୁ ଦୃଢ଼ କରିବେ ଓ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବେ।

The post ନୂଆ ବର୍ଷଟି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କେମିତି ରହିବ appeared first on Odisha Reporter.



from Odisha Reporter https://ift.tt/3pHlUZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages