ଓ୍ୱାଶିଂଟନ: କୃଷି ଆଇନକୁ ବିରୋଧ କରି ଆମେରିକାର ୱାଶିଂଟନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାରତୀୟ ଦୂତାବାସ ଆଗରେ ରହିଛି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ବିରୋଧ ପ୍ରଦର୍ଶନ ସମୟରେ ‘ଖାଲିସ୍ତାନ ପତାକା’ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଆମେରିକା ଦୂତାବାସ ଓ ଆମେରିକା ପ୍ରଶାସନ ନିକଟରେ ପ୍ରତିବାଦ କରିଛି ଭାରତ। ଏହି ଘଟଣାର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଛି।
ୱାଶିଂଟନ୍ରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି କହିଛି ଯେ ଦୂତାବାସ ନିକଟସ୍ଥ ମହାତ୍ମା ଗାନ୍ଧୀ ମେମୋରିଆଲ ପ୍ଲାଜାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଖାଲିସ୍ତାନୀଙ୍କ ଦ୍ୱାରା ନଷ୍ଟ କରାଯାଇଛି। ଏହି ଘଟଣାକୁ ଦୂତାବାସ ଦୃଢ଼ ନିନ୍ଦା କରୁଛି। ଘଟଣାର ତ୍ୱରିତ ତଦନ୍ତ ସହିତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରୁଛି।
The statue of Mahatma Gandhi at the Mahatma Gandhi Memorial Plaza in front of the Embassy was defaced by Khalistani elements on December 12, 2020: Indian Embassy in Washington DC, US https://t.co/QHGhkV8Agc
— ANI (@ANI) December 12, 2020
ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ମଧ୍ୟ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ଏକ ପ୍ରଦର୍ଶନରେ ‘ଖାଲିସ୍ତାନ ପତାକା’ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀମାନେ ଭାରତ ବିରୋଧୀ ତଥା କୃଷକ ସପକ୍ଷରେ ସ୍ଲୋଗାନ ଦେଇଥିଲେ। କେବଳ ଏତିକି ନୁହେଁ, କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଜୁନରେ ୱାଶିଂଟନରେ ଏକ ପ୍ରଦର୍ଶନ ସମୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ନଷ୍ଟ କରିଦେଇଥିଲେ ଦୁର୍ବୃତ୍ତ।
ନୂଆ କୃଷି ନିୟମକୁ ବିରୋଧ କରି ଦେଶରେ ଚାଷୀଙ୍କ ଆନ୍ଦୋଳନ 18 ଦିନରେ ପହଞ୍ଚିଛି। ତିନୋଟି ଆଇନକୁ ପ୍ରତ୍ୟାହାର କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଚାଷୀମାନେ ସରକାରଙ୍କ ସହ ପାଞ୍ଚ ରାଉଣ୍ଡ ଆଲୋଚନା କରିଛନ୍ତି କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚାଷୀମାନେ ଏବେ ବି ଦିଲ୍ଲୀ ସୀମାରେ ଅଟକି ରହିଛନ୍ତି। ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରିବା ପାଇଁ ଦିଲ୍ଲୀ ଅଭିମୁଖେ ହଜାର ହଜାର ଚାଷୀ ପଞ୍ଜାବରୁ ଆସୁଥିବା ସୂଚନା ରହିଛି। ଅନ୍ୟପଟେ ଆଇନ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ବିଜେପି ପ୍ରେସ କନଫରେସ ସହିତ ବୈଠକ କରିବ ବୋଲି କହିଛି।
The post ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ‘ଖାଲିସ୍ତାନ ପତାକା’ ଉଡ଼ାଇ ବିରୋଧ ପ୍ରଦର୍ଶନ appeared first on Odisha Reporter.
from Odisha Reporter https://ift.tt/349ILUZ
No comments:
Post a Comment