‘ମୈଦାନ’କୁ ଓହ୍ଲାଇବେ ଅଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

‘ମୈଦାନ’କୁ ଓହ୍ଲାଇବେ ଅଜୟ

ମୁମ୍ବାଇ: ଖୁବଶୀଘ୍ର ‘ମୈଦାନ’କୁ ଓହ୍ଲାଇବେ ବଲିଉଡର ସିଙ୍ଘମ ଷ୍ଟାର ଅଜୟ ଦେବଗନ । ଆସନ୍ତା ବର୍ଷ ଦଶହରା ଅବସରରେ ମୈଦାନକୁ ଓହ୍ଲାଇ ଫୁଟବଲ୍ ଶିଖାଇବେ । ପିଲାଙ୍କୁ ଫୁଟବଲ ଟ୍ରେନିଂ ଦେବେ ଅଜୟ । ସାଜିବେ ଫୁଟବଲ୍ କୋଚ୍। ଏଥିପାଇଁ ଜୋରସୋରରେ ସେ ପ୍ରସ୍ତୁତି ଚଳାଇଛନ୍ତି ।

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ମୈଦାନ’ର ନୂଆ ରିଲିଜ ଡେଟ ଘୋଷଣା ହୋଇଛି । ଫିଲ୍ମଟି ଆସନ୍ତା ବର୍ଷ ଅକ୍ଟୋବର ୧୫ରେ ରିଲିଜ ହେବ ।  ଏନେଇ ସେ ନିଜେ ସୋଶାଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟାର ରିଲିଜ କରି ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଫିଲ୍ମର ପ୍ରାୟ ୬୫ ପ୍ରତିଶତ ଶୁଟିଂ ସରିଥିବା ବେଳେ କରୋନା ଯୋଗୁଁ ବଳକା ଶୁଟିଂ ଅଟକି ଯାଇଥିଲା । ଲକଡାଉନ ଖୋଲିବା ପରେ ଏବେ ପୁଣି ଥରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଲଣ୍ଡନ, କନାଡା ଏବଂ ଲସ ଏଞ୍ଜଲିସ ଭଳି ଭିନ୍ନ ଭିନ୍ନ ଲୋକେଶନରେ ଫିଲ୍ମର ଶୁଟିଂ କରାଯିବ ।


ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଏହି ଫିଲ୍ମ ଫୁଟବଲ୍ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ ଲିଡ୍ ରୋଲରେ ଅଛନ୍ତି । ଫିଲ୍ମରେ ତାଙ୍କୁ ଜଣେ ଫୁଟବଲ୍ କୋଚ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟ ପ୍ରମୁଖ ଭୂମିକାରେ ସାଉଥ ସୁନ୍ଦରୀ ପ୍ରିୟାମଣି, ଗଜରାଜ ରାଓ ଓ ରୁଦ୍ରନୀଲ ଘୋଷ ମଧ୍ୟ ନଜର ଆସିବେ । ପୂର୍ବରୁ ଫିଲ୍ମଟି ଅଗଷ୍ଟ ୧୩ରେ ରିଲିଜ ହେବାକୁ ଥିଲା କିନ୍ତୁ କରୋନା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଏବେ ଅସନ୍ତା ବର୍ଷ ଅକ୍ଟୋବରରେ ଏହାକୁ ରିଲିଜ କରାଯିବ ।

The post ‘ମୈଦାନ’କୁ ଓହ୍ଲାଇବେ ଅଜୟ appeared first on Odisha Reporter.



from Odisha Reporter https://ift.tt/3a2cxyF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages