ବେଜିଂ: ଆମେରିକା, ସୋଭିଏତ ସଂଘ ପରେ ଚାଇନାକୁ ବଡ଼ ସଫଳତା। ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଇନାର ‘ଚାଙ୍ଗ ଇ-୫’। ପଥର ଏବଂ ଆବର୍ଜନା ନମୁନା ଧରି ଏହି ଯାନ ପୃଥିବୀକୁ ଫେରିଛି। ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲ୍ଲାରେ ଅବତରଣ କରିଛି ‘ଚାଙ୍ଗ ଇ-୫’। ଅବତରଣ କରିବା ପୂର୍ବରୁ କ୍ୟାପସୁଲଟି ପ୍ରଥମେ ଏହାର ଅର୍ବିଟାଲ୍ ମଡ୍ୟୁଲ୍ ଠାରୁ ଅଲଗା ହୋଇ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପାଇଁ ଏକ ଲମ୍ୱା ଡିଆଁ ମାରିଥିଲା।
‘ଚାଙ୍ଗ୍ ଇ -୫’ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ ଦୁଇଟି ମଡ୍ୟୁଲ୍ ଡିସେମ୍ବର ୧ ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ସେଠାରେ ଥିବା ଭୂପୃଷ୍ଠରେ ଖନନ କରି ପ୍ରାୟ ଦୁଇ କିଲୋଗ୍ରାମ ନମୁନା ସଂଗ୍ରହ କରିଥିଲା ଏହି କ୍ୟାପସୁଲ୍। ଏହି ନମୁନା ଗୁଡିକ ଏକ ପାତ୍ରରେ ରଖାଯାଇଥିଲା ଏବଂ ମଡ୍ୟୁଲକୁ ସ୍ଥାନାନ୍ତର କରାଯାଇଥିଲା। ‘ଚାଙ୍ଗ ଇ -୫’ ହେଉଛି ଚାଇନାର ତୃତୀୟ ଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି।
ଚାଇନାର ଏହି ମିଶନ ଚନ୍ଦ୍ରର ଅନେକ ରହସ୍ୟ ଖୋଲିପାରେ ବୋଲି ବିଶ୍ୱାସ କରାଯାଏ। ଚାଇନାର ଏହି ଚନ୍ଦ୍ର ମିଶନ ଆଗ୍ନେୟଗିରି କେବେ ସକ୍ରିୟ ଥିଲା ଏବଂ ଚନ୍ଦ୍ରର ଚୁମ୍ବକୀୟ କ୍ଷେତ୍ର କେବେ ନଷ୍ଟ ହୋଇଥିଲା ତାହା ଜାଣିବାରେ ସାହାଯ୍ୟ କରିବ। ଚାଇନାର ଏହି ଅଭିଯାନର ଏକ ଅଂଶ ହେଉଛି ‘ଚାଙ୍ଗ ଇ -୪’। ଯେଉଁ ଯାନ ଚନ୍ଦ୍ରରେ ପହଞ୍ଚିଥିଲା।
ସୂଚନାଯୋଗ୍ୟ ୨୪ ନଭେମ୍ବରରେ ଚାଇନା ଦକ୍ଷିଣ ହାନନ ପ୍ରଦେଶର ୱେଞ୍ଚାଙ୍ଗ ମହାକାଶଯାନ ଉତକ୍ଷେପଣ ସ୍ଥାନରୁ ‘ଚାଙ୍ଗ ଏ -୫’କୁ ଲଞ୍ଚ କରିଥିଲା। ଚାଇନାର ଏହି ମିଶନ ୪୦ ବର୍ଷ ପୂର୍ବର। ଚନ୍ଦ୍ରରୁ ନମୁନା ସଂଗ୍ରହ କରିବାରେ ବିଶ୍ୱର ଏହା ହେଉଛି ପ୍ରଥମ ଅଭିଯାନ।
ଏହାପୂର୍ବରୁ ପୂର୍ବତନ ସୋଭିଏତ୍ ୟୁନିଅନ୍ ରୋବୋଟିକ୍ ଲୁନା ୨୪ କୁ ମହାକାଶଯାନ ମାଧ୍ୟମରେ ମହାକାଶକୁ ପଠାଇଥିଲା। ଯେଉଁଠାରୁ ବୈଜ୍ଞାନିକମାନେ ଚନ୍ଦ୍ରରୁ ଆଣିଥିବା ନମୁନା ସଂଗ୍ରହ କରିଥିଲେ। ଚନ୍ଦ୍ରକୁ ପ୍ରଥମ ମିଶନ ଆମେରିକାର ଥିଲା, ଯାହାର ନାମ ଥିଲା ‘ଆପୋଲୋ ମିଶନ’। ଏହା ଅଧୀନରେ ୧୯୬୯ ରୁ ୧୯୭୨ ପର୍ଯ୍ୟନ୍ତ ଛଅଟି ବିମାନ ଚନ୍ଦ୍ରକୁ ପଠାଯାଇଥିଲା ଏବଂ ୧୨ ଜଣ ମହାକାଶଚାରୀ ଚନ୍ଦ୍ରରେ ଅବତରଣ କରିଥିଲେ।
ଏପର୍ଯ୍ୟନ୍ତ କେବଳ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଚନ୍ଦ୍ର ପୃଷ୍ଠରୁ ନମୁନା ଆଣିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଗତ ୪୦ ବର୍ଷ ମଧ୍ୟରେ କୌଣସି ଦେଶ ଏହି ସଫଳତା ହାସଲ ପାଇ ନାହାନ୍ତି।
The post ଜହ୍ନରୁ ମାଟି ଧରି ଆସିଲା ମହାକାଶ ଯାନ appeared first on Odisha Reporter.
from Odisha Reporter https://ift.tt/3p3tgWH
No comments:
Post a Comment