୩ ଦିନ ପରେ ପୋଖରୀ ହୁଡାରୁ ମିଳିଲା କୁନି ଝିଅର ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 13, 2020

୩ ଦିନ ପରେ ପୋଖରୀ ହୁଡାରୁ ମିଳିଲା କୁନି ଝିଅର ମୃତଦେହ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଖୋଜ ହେବାର ୩ ଦିନ ପରେ ପୋଖରୀ ହୁଡାରୁ ମିଳିଲା କୁନିଝିଅର ମୃତଦେହ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। କୁନି ଝିଅକୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।ପୁଲିସ ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଗାଁରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଓରଫ ନେଉଳି ମାମୁ ଘରେ ରହି ପାଠ ପଢ଼ୁଥିଲା। ଗତ ଶୁକ୍ରବାର ସକାଳ ସେ ସାଙ୍ଗମାନଙ୍କ ସହ ଖେଳୁଥିଲେ। ତେବେ ହଠାତ୍‌ କୁଆଡେ ନିଖୋଜ ହୋଇଯାଇଥିଲା। ନେଉଳିଙ୍କୁ ତାଙ୍କ ମାମୁ ଓ ପରିବାର ଲୋକେ ଚାରି ଆଡେ ଖୋଜି ଥିଲେ। ମାତ୍ର ପାଇନଥିଲେ।

ସବୁଆଡ଼ୁ ନିରାଶ ହେବା ପରେ ପରିବାର ଲୋକେ ରବିବାର ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ନେଉଳି ଗାଁକୁ ଯାଇ ତଦନ୍ତ କରିଥିଲା। ସନ୍ଦେହରେ ଜଣେ ଯୁବକକୁ ଥାନାକୁ ଆଣି ପଚାରାଉଚାରା କରିଥିଲା।

ଆଜି ସକାଳେ କୁନି ଝିଅର ମୃତଦେହ ଗାଁ ପୋଖରୀ ହୁଡ଼ାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାକୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

The post ୩ ଦିନ ପରେ ପୋଖରୀ ହୁଡାରୁ ମିଳିଲା କୁନି ଝିଅର ମୃତଦେହ appeared first on Odisha Reporter.



from Odisha Reporter https://ift.tt/382hg0I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages