ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଦେଶବାସୀଙ୍କ ପକେଟ କାଟୁଛି। ବର୍ଦ୍ଧିତ ତେଲ ଦରକୁ ନେଇ ଖାଉଟି ଅସନ୍ତୋଷ ଥିବା ବେଳେ ଏବେ ତେଲ ଦର ଆହୁରି ବଢ଼ିବ ବୋଲି ଜଣାପଡ଼ିଛି। ବ୍ୟାରେଲ ପିଛା ଏବେ ଅଶୋଧିତ ତେଲର ଦାମ ୫୦ ଡଲାର ରହିଥିବା ସୂଚନା ରହିଛି। ଘରୋଇ ବଜାରରେ ଅଶୋଧିତ ତେଲର ମୂଲ୍ୟ ତିନି ସପ୍ତାହ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨.୬ ଟଙ୍କା ଏବଂ ଡିଜେଲ ୩.୪ ଟଙ୍କା ବୃଦ୍ଧି ପାଇଛି।
ମାର୍ଚ୍ଚ ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ବଢ଼ିଥିବା ସୂଚନା ରହିଛି। ନଭେମ୍ବର ଆରମ୍ଭରୁ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୨୮% ବୃଦ୍ଧି ପାଇଛି। ପୂର୍ବରୁ ୧୧ ଡଲାର ବ୍ୟାରେଲ ପିଛା ଦର ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୫୦ ଡଲାରରେ ପହଞ୍ଚିଛି। ତେଣୁ ଆଗକୁ ତେଲ ଦର ଆହୁରି ବଢ଼ିବ ବୋଲି ଜଣାପଡ଼ିଛି।
ଦେଶରେ ପ୍ରାୟତଃ ସମସ୍ତ ସଂସ୍ଥା ଖୋଲିଯାଇଛି। ତେଣୁ ତେଲର ଚାହିଦା ବୃଦ୍ଧି ପାଉଛି। ତେଣୁ ପେଟ୍ରୋଲର ଚାହିଦା କୋଭିଡ ପୂର୍ବ ସ୍ତରକୁ ଫେରି ଆସିଛି। ଏପ୍ରିଲରେ ଡିଜେଲ ଏବଂ ଜେଟ ଇନ୍ଧନର ଯେଉଁ ଚାହିଦା ଥିଲା ଏବେ ଏଥିରେ ଯଥେଷ୍ଟ ଉନ୍ନତି ହୋଇଛି। କିନ୍ତୁ ଏବେ ବି ଗତ ବର୍ଷ ତୁଳନାରେ ଏହା କମ୍ ରହିଛି। ଦେଶର ସର୍ବବୃହତ ରିଫାଇନରୀ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ପୂର୍ଣ୍ଣ ଭାବରେ ଚାଲୁଥିବା ସୂଚନା ରହିଛି।
The post ଆଗକୁ ଆହୁରି ମହଙ୍ଗା ହେବ ତେଲ ଦର appeared first on Odisha Reporter.
from Odisha Reporter https://ift.tt/3nhZYmH
No comments:
Post a Comment