ଚାଷୀ ଆନ୍ଦୋଳନକୁ ନେଇ ଆମେରିକାରେ ଚିନ୍ତା, ମାଇକ ପୋମ୍ପେଓଙ୍କୁ ଚିଠି ଲେଖିଲେ ୭ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ଚାଷୀ ଆନ୍ଦୋଳନକୁ ନେଇ ଆମେରିକାରେ ଚିନ୍ତା, ମାଇକ ପୋମ୍ପେଓଙ୍କୁ ଚିଠି ଲେଖିଲେ ୭ ସାଂସଦ

ୱାଶିଂଟନ: କୃଷି ଆଇନକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଆମେରିକାରେ ଚିନ୍ତା ପ୍ରକଟ କରାଯାଇଛି। ଏଥିପାଇଁ ଆମେରିକାର ୭ ଜଣ ସାଂସଦ ଦେଶର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓଙ୍କୁ ଚିଠି ଲେଖିଛନ୍ତି। ଚାଷୀ ଆନ୍ଦୋଳନ ସମ୍ପର୍କରେ ପୋମ୍ପେଓ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ ଜୟଶଙ୍କର ସହ କଥା ହେବାକୁ ଦାବି କରିଛନ୍ତି। ଚିଠି ଲେଖିଥିବା ୭ ସାଂସଦଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ପ୍ରମିଳା ଜୟପାଲ ବି ରହିଛନ୍ତି।

ତେବେ ଚାଷୀ ଆନ୍ଦୋଳନ ସମ୍ପର୍କରେ ଅନ୍ୟ ଦେଶ କିମ୍ବା ରାଜନେତା ଦେଉଥିବା ବୟାନକୁ ଭାରତ ସରକାର ଅନୁଚିତ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେହିପରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଆଭ୍ୟନ୍ତରୀଣ ବ୍ୟାପର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ।

୨୩ ଡିସେମ୍ବରରେ ୭ ଜଣ ଆମେରିକୀୟ ସାଂସଦ ପୋମ୍ପେଓକୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଚାଷୀଙ୍କ ଆନ୍ଦୋଳନ ପଞ୍ଜାବ ସହ ରହିଥିବା ଶିଖ ଆମେରିକୀୟଙ୍କ ପାଇଁ ବେଶ ଚିନ୍ତାର ବିଷୟ। କେବଳ ଏତିକି ନୁହେଁ, ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହ ସମ୍ପର୍କ ରଖିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି।

ଏହି ଆନ୍ଦୋଳନ ଦ୍ୱାରା ଅନେକ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଭୟଭୀତ ହୋଇଛନ୍ତି। କାରଣ ସେମାନଙ୍କ ପୈତୃକ ଭୂମି ଭାରତ। ସେଠାରେ ସେମାନଙ୍କର ପରିବାର ଲୋକ ରହୁଛନ୍ତି। ପରିବାରର ସୁରକ୍ଷା ପାଇଁ ସେମାନେ ଚିନ୍ତିତ। ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋମ୍ପେଓ ତୁରନ୍ତ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ କଥା ହୁଅନ୍ତୁ।

ରାଜନୀତିକ ବିରୋଧ ସହ ଆମେରିକା ବେଶ ପରିଚିତ। ତେଣୁ ବର୍ତ୍ତମାନ ଭାରତରେ ଚାଲିଥିବା ସାମାଜିକ ବିଶୃଙ୍ଖଳାର ସମାଧାନ ପାଇଁ ନୂଆଦିଲ୍ଲୀକୁ ଆମେରିକା ପରାମର୍ଶ ଦେଇପାରିବ। ଜାତୀୟ ଆଇନପ୍ରଣୟତା ଭାବେ ଆମେ ଭାରତ ସରକାର ଜାରି କରିଥିବା ପଲିସିକୁ ସମ୍ମାନ ଦେଉଛୁ।

ଏହା ସହ ଆମେ ଭାରତ ଓ ବିଦେଶରେ ଶାନ୍ତିପୂର୍ଣ୍ଣ ଭାବେ କୃଷି ଆଇନକୁ ବିରୋଧ କରୁଥିବା ଲୋକଙ୍କ ଅଧିକାରୀଙ୍କୁ ମଧ୍ୟ ଗୁରୁତ୍ୱ ଦେଉଛୁ। ଅଧିକାଂଶ ଚାଷୀ କୃଷି ଆଇନ ସେମାନଙ୍କ ଆର୍ଥିକ ସୁରକ୍ଷାକୁ ଭାଙ୍ଗି ଦେବ ବୋଲି ଆଶଙ୍କା କରୁଛନ୍ତି। ତେଣୁ ପୋମ୍ପେଓ ଏସବୁ ବିଷୟରେ ଆଲୋଚନା କରିବା ଦରକାର ବୋଲି ଚିଠିରେ ସେମାନେ କହିଛନ୍ତି।

The post ଚାଷୀ ଆନ୍ଦୋଳନକୁ ନେଇ ଆମେରିକାରେ ଚିନ୍ତା, ମାଇକ ପୋମ୍ପେଓଙ୍କୁ ଚିଠି ଲେଖିଲେ ୭ ସାଂସଦ appeared first on Odisha Reporter.



from Odisha Reporter https://ift.tt/2WMI9Am

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages