କିଟ୍ ଓ ମାସ୍କ କିଣା ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ, ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

କିଟ୍ ଓ ମାସ୍କ କିଣା ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ, ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବେଳେ ରାଜ୍ୟରେ ପିପିଇ କିଟ୍‌ ଓ ମାସ୍କ କିଣାରେ ଦୁର୍ନୀତି ହୋଇଥିଲା। ଏବେ ଏହି ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ। ଗତକାଲି ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ ପ୍ରାରମ୍ଭିକ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶକ ଦେଇଛନ୍ତି। ଏହି ଦୁର୍ନୀତି ପ୍ରାଥମିକ ତଦନ୍ତ ଲୋକାୟୁକ୍ତ ଭିଜିଲାନ୍ସ ଦ୍ୱାରା ହେବ। ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ପୁରା ମାମଲାର ତଦନ୍ତ କରାଯିବ। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ହେବ।

ପିପିଇ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଗତକାଲି ରାଜ୍ୟର ଦୁଇ ବରିଷ୍ଠ IAS ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ଲୋକାଯୁକ୍ତଙ୍କ ନିକଟରେ ହାଜର ହୋଇଥିଲେ। ଅଭିଯୋଗର ଚୂଡ଼ାନ୍ତ ଶୁଣାଣିରେ ଉପସ୍ଥିତ ରହି ନିଜ ସପକ୍ଷରେ ତଥ୍ୟ ଉପସ୍ଥାପନ କରିଥିଲେ।ଯାହା ବି କିଣା ହୋଇଛି, ସେ ସବୁ କ୍ରୟ କମିଟି ମାଧ୍ୟମରେ କିଣା ହୋଇଛି ବୋଲି ଦୁଇ ଆଏଏସ୍‌ ଅଧିକାରୀ ଲୋକାୟୁକ୍ତଙ୍କୁ ଜଣାଇଥିଲେ। ଅନ୍ୟପଟେ ମହାମାରୀ କରୋନା  ସମୟରେ ହୋଇଥିବା ମାସ୍କ ଓ ପିପିଇ କିଟ୍ ଦୁର୍ନୀତିକୁ ନେଇ ଦୁଇ ବରିଷ୍ଠ ଅଧିକାରୀ ଯେଉଁ କଥା କହୁଛନ୍ତି ତାହାର ତଥ୍ୟ ପ୍ରମାଣ ଦିଅ ବୋଲି ଲୋକାଯୁକ୍ତଙ୍କ ନିକଟରେ ଦାବି କରିଥିଲେ ଅଭିଯୋଗକାରୀ ସୁଦର୍ଶନ ଦାସ।

ତତ୍କାଳୀନ କ୍ରୟ କମିଟି ଅଧ୍ୟକ୍ଷ ତଥା  ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଥିଲେ ଯାମିନୀ ଷଡଙ୍ଗୀ ।

The post କିଟ୍ ଓ ମାସ୍କ କିଣା ଦୁର୍ନୀତିର ତଦନ୍ତ କରିବ ଭିଜିଲାନ୍ସ, ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ appeared first on Odisha Reporter.



from Odisha Reporter https://ift.tt/3oyg0c6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages