ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ସର୍ଟ ସର୍କିଟରୁ ଏକ ଟ୍ରକ୍ରେ ନିଆଁ ଲାଗି ଯାଇଥିବା ଜଣାଯାଇଛି I ଟ୍ରକ ଡ୍ରାଇଭର ଓ ହେଲପର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗତକାଲି ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ ହୋଇଯିବାରୁ ଏପରି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଟ୍ରକର କ୍ୟାବିନ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି I
ଖବର ପାଇ ଘଟଣାସ୍ଥଳରେ ବିନିକା ଓ ଏସ ରାମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I ଟ୍ରକଟି କିନ୍ତୁ କୁଆଡେ ଯାଉଥିଲା ତାହା ଜଣାପଡିନାହିଁ I
The post ଆଖି ପିଛୁଳାକେ ଜଳିଗଲା ଟ୍ରକ appeared first on Odisha Reporter.
from Odisha Reporter https://ift.tt/39RbMbu
No comments:
Post a Comment