ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ଅସଫଳତା ଦେଖାଦେବ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ।
ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକର୍ମରେ ଯୋଗ ଦେଇପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଅାଜ୍ଞାଧୀନ ହେବେ।
ବ୍ୟବସାୟ ବଣିଜ୍ୟରେ ଆୟ ବୃଦ୍ଧି ଘଟିବ।
ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବହୁ ଦିନର ଆଶା ଅଭିଳାଷ ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ।
କର୍କଟ: ପାରିବାରିକ ଦ୍ୱନ୍ଦ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି।
ବୃତ୍ତିଗତ ବ୍ୟବସାୟରେ ବାଧାବିଘ୍ନ ଘାତପ୍ରତିଘାତ ସୃଷ୍ଟି ହେବ।
ସିଂହ: ଶରୀର ସୁସ୍ଥ ମନ ପ୍ରଫୁଲ୍ଲ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।
କନ୍ୟା: ପ୍ରତ୍ୟକଟି ଦିଗରେ ପ୍ରତ୍ୟେକଟି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ତୁଳା: ନିଜ ମନ ପସନ୍ଦର କାମ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନ ସମ୍ମାନ, ଯଶ ଗୌରବ ପ୍ରାପ୍ତି ହେବ। ବସ୍ତ୍ର ଅଳଙ୍କାର ଜାତୀୟ ବ୍ୟବସାୟରେ ଲାଭବାନ ହେବେ।
ବିଛା: ମହିଳାମାନେ ଗୃହ ପ୍ରତି ଯତ୍ନଶୀଳା ହେବେ। ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ପାଇବେ।
ଧନୁ: ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇଯିବ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ।
କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ।
ମକର: ବକେୟା ଅର୍ଥକୁ ନେଇ ଯୁକ୍ତତର୍କ ମତଭେଦ ଦେଖା ଦେଇପାରେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ ନାହିଁ।
କୁମ୍ଭ: ନିଜ ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସରଳ ସମାଧାନ କରିବେ। ମହିଳାମାନେ ଜନ କଲ୍ୟାଣ ମୂଳକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। କୌଣସି ଆନୁଷ୍ଠାନ ତରଫରୁ ସମ୍ମାନିତ ହେବାର ସମ୍ଭାବନା ରହିଛି।
ମୀନ: ରାଜନେତାମାନେ ଜନ ସମାଜରେ ଆଦରଣୀୟ ହେବେ। ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ଯାହାଫଳରେ ମନରେ ଶାନ୍ତି ଦେଖାଦେବ। ନିର୍ମାଣଧୀନ କାଯର୍ୟକୁ ଶେଷ ପଯର୍ୟାୟରେ ପହଞ୍ଚାଇବେ।
The post ୭ ଡିସେମ୍ବର, ସୋମବାର; ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ appeared first on Odisha Reporter.
from Odisha Reporter https://ift.tt/36Oa4FQ
No comments:
Post a Comment