ନୂଆଦିଲ୍ଲୀ: ଆଳୁ ଦର ଏବେ ଖାଉଟିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତେବେ ଖୁବଶୀଘ୍ର ଏହି ଆଳୁ ଦର କମିବ। ତିନି ଦିନ ହେବ ଆଳୁର ପାଇକାରୀ ଦର କିଲୋପିଛା ୫ ଟଙ୍କା ଲେଖାଏଁ କମିଛି। ଆଗକୁ ଏହି ଦର ୨୮ ଟଙ୍କା ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ଦିନରେ ଆଳୁ ଦର କିଲୋ ପିଛା ୪୦ ଟଙ୍କା ତଳକୁ ରହିପାରେ। ପଞ୍ଜାବରୁ ଆଳୁ ଏବେ ବଜାରକୁ ଆସିବା ଆରମ୍ଭ କରିଛି ହେଲେ ଆବଶ୍ୟକତାରୁ କମ୍ ରହିଛି। ପଶ୍ଚିମବଙ୍ଗ ଶୀତଳ ଭଣ୍ଡାର ଆସୋସିଏସନ ଏହା କହିଛି।
ନିକଟରେ ନଭେମ୍ବର ୨୭ରେ ପଶ୍ଚିମବଙ୍ଗ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟରେ ଥିବା ୪୬୫ ଶୀତଳ ଭଣ୍ଡାର ମାଲିକଙ୍କୁ ନଭେମ୍ବର ୩୦ସୁଦ୍ଧା ସେମାନଙ୍କ ଅବଶିଷ୍ଟ ଷ୍ଟକକୁ ବଜାରକୁ ଶୀଘ୍ର ଛାଡ଼ିବା ପାଇଁ କୁହାଯାଇଛି। ନଚେତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜ୍ଞପ୍ତି ପରେ ଶୀତଳ ଭଣ୍ଡାର ମାଲିକଙ୍କ ମଧ୍ୟରେ ଏବେ ଆତଙ୍କ ଖେଳିଯାଇଛି। ତେଣୁ ବଜାରକୁ ଗଚ୍ଛିତ ଥିବା ଆଳୁ ବହୁତ ଆସୁଛି। ଆଉ ଦର ମଧ୍ୟ ଟିକିଏ କମିଛି। ଗତ ତିନି ଦିନ ମଧ୍ୟରେ ଶୀତଳ ଭଣ୍ଡାରରେ ଆଳୁର ମୂଲ୍ୟ କିଲୋଗ୍ରାମ ପିଛା ୫ ଟଙ୍କା ହ୍ରାସ ପାଇଛି ଏବଂ ଏହା ଆହୁରି ହ୍ରାସ ପାଇବ ବୋଲି ସଂଘ କହିଛି।
ଡିସେମ୍ବର ୭ ସୁଦ୍ଧା, ପ୍ରାୟ ୫୦ ପ୍ରତିଶତ ଶୀତଳ ଭଣ୍ଡାର ଷ୍ଟକ୍ ଖାଲି କରିବାକୁ ସକ୍ଷମ ହେବେ ବୋଲି ଆକଳନ ହୋଇଛି। ଅବଶିଷ୍ଟ ଡିସେମ୍ବର ୧୫ ସୁଦ୍ଧା ଖାଲି କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପ୍ରାୟ ୬-୮ ଲକ୍ଷ ଟନ୍ (୧୦ ପ୍ରତିଶତ) ଆଳୁ ଶୀତଳ ଭଣ୍ଡାରରେ ପଡ଼ିଛି ଏବଂ ଆଳୁ ମାଲିକଙ୍କ ସହ ଆଲୋଚନା କରି ଏସବୁ ବଜାରକୁ ଆସିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏବେ ଅଧିକାଂଶ ସହରରେ ଆଳୁର ଦାମ କିଲୋ ପିଛା ୫୦ ଟଙ୍କା ଲେଖାଏଁ ବିକ୍ରି ହେଉଛି। ବିହାରରେ ଆଳୁ କିଲୋ ୪୫ ଟଙ୍କା ରହିଥିବା ବେଳେ ଉତ୍ତର ପ୍ରଦେଶରେ ୪୫ ଟଙ୍କା, ଦିଲ୍ଲୀ-ଏନସିଆର ଓ ପଶ୍ଚିମବଙ୍ଗରେ ୫୦ ଟଙ୍କା, ଓଡ଼ିଶାରେ ୪୫ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ସୂଚନା ରହିଛି।
The post ଖୁବଶୀଘ୍ର କମିବ ଆଳୁ ଦର, ୪୦ ଟଙ୍କା ତଳେ ବିକ୍ରି ହେବା ସମ୍ଭାବନା appeared first on Odisha Reporter.
from Odisha Reporter https://ift.tt/37uV9j5
No comments:
Post a Comment